Latest Odisha News

BREAKING NEWS

ଜଳସାଥୀମାନଙ୍କ ସଶକ୍ତୀକରଣ ଉପରେ କର୍ମଶାଳା

ଭୁବନେଶ୍ୱର :  ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ପରିଚାଳିତ ବିଭିନ୍ନ ସହରାଞ୍ଚଳବିକାଶ କାର୍ଯ୍ୟକ୍ରମ ‌ ଗୁଡିକର  ରୂପାୟନ ଦାୟିତ୍ଵରେ ଥିବା ସିଟି ମିଶନ୍ ମ୍ୟାନେଜର୍ ମାନଙ୍କ‌୍ୟ କାର୍ଯ୍ୟ ପରିଚାଳନା ସଂପର୍କରେ ସମୀକ୍ଷା ଓ ଜଳସାଥୀଙ୍କ ପ୍ରଶିକ୍ଷଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଶାସନ ସଚିବ  ଦୁର୍ଗେଶ ନନ୍ଦିନୀ ସାହୁ ନିଜ ଅଭିଭାଷଣରେ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ବିଭାଗରେ ସଠିକ୍ ଉପଲବ୍ଧ ହେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ସିଟି ମିଶନ୍ ମ୍ୟାନେଜର୍ ମାନେ ତଥ୍ୟର ଗୁଣବତ୍ତା ଓ ସତ୍ୟାପନ ଉପରେ ଦୃଷ୍ଟି ଦେବା ସହ ସହରାଞ୍ଚଳ ବିକାଶରେ ଏହି ସବୁ କାର୍ଯ୍ୟକ୍ରମର ଦୀର୍ଘସ୍ଥାୟୀପ୍ରଭାବ ସମ୍ପର୍କରେ ଅନୁଧ୍ୟାନ ଓ ମୂଲ୍ୟାଙ୍କନ ପ୍ରତିଦୃଷ୍ଟି ଦେବେ ବୋଲି ପରାମର୍ଶ ଦେଇଥିଲେ ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ପରାମର୍ଶଦାତା ସଞ୍ଜୟ କୁମାର ପ୍ରମାଣିକ ଦାରିଦ୍ର‌୍ୟ ଦୂରୀକରଣ ତଥା ସହରାଞ୍ଚଳର ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଜୀବିକା ସୁରକ୍ଷା ପଦକ୍ଷେପ ତ୍ଵରାନ୍ଵିତ କରାଯିବା ଦିଗରେ ବିଶେଷ ଦୃଷ୍ଟି ଦିଆଯିବାର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିଥିଲେ ।

ପ୍ରାରମ୍ଭରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡ଼ା)ର ପ୍ରକଳ୍ପ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ‘ମୁକ୍ତା’ କାର୍ଯ୍ୟକ୍ରମର ସୁପରିଚାଳନା କ୍ଷେତ୍ରରେ ଗୋଷ୍ଠୀ ସହଭାଗିତା ସୁନିଶ୍ଚିତ କରିବା ଦିଗରେ ସିଟି ମିଶନ୍ ମ୍ୟାନେଜର୍ ମାନେ ଉଲ୍ଲେଖଯୋଗ୍ୟ ଭୂମିକା ତୁଲାଇବେ ବୋଲି ଆଶା ପ୍ରକାଶ କରିଥିଲେ। । ପୌରପରିଷଦ ମାନଙ୍କରେ ନିୟଜିତ ଜଳସାଥୀ , ମୁକ୍ତା ଟିମ୍ ଏବଂ ସିଟି ମିଶନ ମ୍ୟାନେଜର ମାନଙ୍କ ମଧ୍ୟରେ ଅଧିକ ସମନ୍ୱୟ ରକ୍ଷାକରାଯାଇ 5T ଆଧାରରେ କାର୍ଯ୍ୟକାରୀ କରାଯାଉଥିବା ମୁକ୍ତା କାର୍ଯ୍ୟକ୍ରମକୁ ସ୍ୱଚ୍ଛତାର ସହ ଆହୁରି ଅଧିକ ବ୍ୟାପକ ଭାବେ କାର୍ଯ୍ୟକରୀ କରିବାକୁ ନିଷ୍ପତି ହୋଇଛି । ସେଥି ପାଇଁ ସିଟି ମିଶନ୍ ମ୍ୟାନେଜର ମାନଙ୍କୁ ବର୍ତମାନ ମାଷ୍ଟର ଟ୍ରନର ଭାବେ ତାଲିମ୍ ପ୍ରଦାନ କରାଯାଉଛି ।  ସେମାନେ କ୍ଷେତ୍ର ସ୍ତରରେ ଜଳସାଥୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ୍ ପ୍ରଦାନ କରିବା ସହିତ ସେମାନଙ୍କର ସମସ୍ୟା ସମାଧାନ ଦିଗରେ ଉଦ୍ୟମ କରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଆର୍ଥିକ ଅନଗ୍ରସରଙ୍କ ଜୀବନ ଓ ଜୀବିକା ସୁରକ୍ଷିତ ରଖିବା ପାଇଁ ଜାତୀୟ ସହରାଞ୍ଚଳ ଜୀବିକା ମିଶନ୍ ଅନ୍ତର୍ଗତ କାର‌୍ୟ୍ୟକ୍ରମର ସଫଳ ରୂପାୟନ ଉପରେ କର୍ମଶାଳାରେ ଗୁରୁତ୍ୱ ଆରୋପ କରାଯାଇଛି ।

ସହରାଚଂଳ ଉନ୍ନୟନ ସଂସ୍ଥା ( ସୁଡା ) ସମ୍ମିଳନୀ କକ୍ଷରେ ଅନୁଷିଠିତ ଉକ୍ତ କର୍ମଶାଳା ଓ ସମୀକ୍ଷା ବୈଠକରେ ସି.ଇ.ଡ଼ି ର ଓଡ଼ିଶା ମୁଖ୍ୟ  ପ୍ରଦୀପ ହରିଚନ୍ଦନ ଏବଂ ଅତିରିକ୍ତ ଶାସନ ସଚିବ  ପ୍ରଭାତ କୁମାର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.