Latest Odisha News

ପୁରୀରେ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର, କେନ୍ଦ୍ରୀୟ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ

ପୁରୀ: ବିଜେପିକୁ ଧୋକା ଦେଇଛି ବିଜେଡି । ଆମେ ବିଜେଡି ସାଙ୍ଗରେ ୯ ବର୍ଷ ଥିଲୁ । ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ । ଏବେ ଆମେ ପ୍ରତିଶୋଧ ନେବୁ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପୁରୀରେ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । କେନ୍ଦ୍ରରେ ସଂଖ୍ୟା ଗରିଷ୍ଠତାରେ ସରକାର ଗଢ଼ିଥିବା ବିଜେପି ରାଜ୍ୟରେ ବିଜେଡିକୁ ମାତ୍ ଦେଇ ୨୦୨୪ରେ ସରକାର ଗଢ଼ିବ । ଏନେଇ ଦଳ ରଣନୀତି ପ୍ରସ୍ତୁତ କରୁଛି । ୨୦୨୪ରେ ବିଜେଡିକୁ ପୁରୀ ସମୁଦ୍ରରେ ଭସାଇ ଦେବୁ ବୋଲି କହିଛନ୍ତି ବିଜେପି ସାଂସଦ ଜୁଏଲ୍ ଓରାମ

ପ୍ରାଦେଶିକ ପ୍ରଶିକ୍ଷଣ ଶିବିରରେ ଦଳ ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ଼ ଉପରେ ଗୁରୁତ୍ୱ ଦେଇଛି । ୩ ଦିନିଆ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଶୀର୍ଷ ନେତୃତ୍ୱ ଯୋଗ ଦେବେ । ୨୦୨୪ ନିର୍ବାଚନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରିବ । ଏଥିସହ କେନ୍ଦ୍ରର ଯୋଜନା ରାଜ୍ୟବାସୀଙ୍କ ପାଖରେ ପହଞ୍ଚିବ ସେନେଇ ପ୍ରଶିକ୍ଷଣ ଶିବିରରେ ଚର୍ଚ୍ଚା ଓ ଆଲୋଚନା ହେବ ।

୩ ଦିନିଆ ପ୍ରଶିକ୍ଷଣ ଶିବିରକୁ ନେଇ ବିଜେପି ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଜେପିର ଏହି ପ୍ରଶିକ୍ଷଣ ଶିବିରକୁ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ବଢ଼ିଥିବା ବେଳେ ବିରୋଧୀ କହିଛନ୍ତି ପ୍ରଭାବ ପଡ଼ିବନି ।

ବିଜେପିର ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ସାଂଗଠନିକ ମହାମନ୍ତ୍ରୀ ଭି ଏଲ୍ ସନ୍ତୋଷ, ବିଜେପିର ପୂର୍ବତନ ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସଂଗୀତା ସିଂଦେଓ, ସାଂସଦ ସୁରେଶ ପୂଜାରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ , ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.