Latest Odisha News

ଶିକ୍ଷାର ଅସମାନତା ସମାଜକୁ ‘ବିଭାଜନ’ କରୁଛି: ଜାତିସଂଘ ମହାସଚିବ

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥା ଏବେ ବିପଦରେ। ସମାଜକୁ ପରିବର୍ତ୍ତନ କରିବା ପରିବର୍ତ୍ତେ ଶିକ୍ଷା ଏବେ ବିଭାଜନକାରୀ ଭାବେ ଏକ ମାଧ୍ୟମ ପାଲଟିଯାଉଛି। ଜାତିସଂଘର ମହାସଚିବ ଆଣ୍ଟୋନିଆ ଗୁଟେରସ୍ ଏପରି କହିଛନ୍ତି। ଜାତିସଂଘ ମୁଖ୍ୟ ଶିକ୍ଷା ଉପରେ ଏକ ସ୍ୱତନ୍ତ୍ର ସମ୍ମିଳନୀ ଡାକିଥିଲେ। ଏହି ସମ୍ମିଳନୀରେ ଗୁଟେରସ୍ କହିଛନ୍ତି ଯେ ବିଶ୍ବର ବିଭିନ୍ନ ସ୍ଥାନରେ ଶିକ୍ଷା କ୍ଷେତ୍ରରେ ଅସମାନତା ଦେଖାଯାଉଛି। ଏହାଦ୍ୱାରା ବିଭାଜନ ଭଳି ସମସ୍ୟା ଉପୁଜୁଛି। ଏ ଦିଗରେ ସମସ୍ତ ଦେଶ ଆବଶ୍ୟକ ପଦକ୍ଷେପ ନେବା ଉଚିତ।

BjdElectrycity

ଆଣ୍ଟୋନିଓ ଗୁଟେରସ୍ ଚେତାବନୀ ଦେଇଛନ୍ତି ଯେ କୋଭିଡ ମହାମାରୀ ଶିକ୍ଷା ଉପରେ ବିପଜ୍ଜନକ ପ୍ରଭାବ ପକାଇଛି। ଗରିବ ଛାତ୍ରମାନେ ଟେକ୍ନୋଲୋଜିର ସୁବିଧା ପାଇ ନାହାଁନ୍ତି, ଯାହା ବିଶେଷ ଭାବରେ ଏକ ପ୍ରମୁଖ ଅସୁବିଧା ବୋଲି ପ୍ରମାଣିତ ହୋଇଛି। ପ୍ରତ୍ୟେକ ଛାତ୍ରଙ୍କ ଶିକ୍ଷା ଖର୍ଚ୍ଚ ବଢ଼ାଇବାକୁ ପ୍ରାଥମିକତା ଦେବାକୁ ସମସ୍ତ ଦେଶକୁ ନିବେଦନ କରିଛନ୍ତି ଗୁଟେରସ। ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଚଳିତ ମାସ ଆରମ୍ଭରେ ଏକ ରିପୋର୍ଟରେ କହିଛି ଯେ କୋଭିଡ ମଣିଷର ବିକାଶକୁ ପାଞ୍ଚ ବର୍ଷ ପଛକୁ ଠେଲି ଦେଇଛି।

ଜାତିସଂଘର ମୁଖ୍ୟ ଗୁଟେରସ୍ ମଧ୍ୟ ଆଫଗାନିସ୍ତାନରେ ତାଲିବାନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅଗଷ୍ଟ ୨୦୨୧ ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିଛି। ଏହାପରେ ପ୍ରାୟ ଏକ ଲକ୍ଷ ବାଳିକାଙ୍କୁ ସ୍କୁଲରୁ ଦୂରେଇ ରଖିଥିଲା ତାଲିବାନ ସରକାର। ଏପରି କହି ଗୁଟେରସ ତାଲିବାନ ସରକାରକୁ ଝିଅ ମାନଙ୍କ ଉପରେ ପାଠ ପଢା ନେଇ ଥିବା ପ୍ରତିବନ୍ଧକ ହଟାଇବାକୁ ନିବେଦନ କରିଛନ୍ତି।

ଏହି ସମ୍ମିଳନୀରେ ଯୋଗ ଦେଇ ଆଫଗାନିସ୍ତାନର ରୋବୋଟିକ୍ସ ଦଳର ସଦସ୍ୟ ସୋମାୟା ଫାରୁକି କହିଛନ୍ତି ଯେ ତାଲିବାନ ସମାଜରେ ଆମର ଉପସ୍ଥିତି ଧୀରେ ଧୀରେ ନଷ୍ଟ କରୁଛି। ହଜାର ହଜାର ଝିଅ ଆଉ ବିଦ୍ୟାଳୟକୁ ଫେରି ପାରିବେ ନାହିଁ। ଅଧିକାଂଶ ବିବାହିତ। ବିଦ୍ୟାଳୟ ଖୋଲିବାର ପ୍ରତିଶୃତି ଦିଆଯାଇଥିଲା ଏବଂ ତା’ପରେ ଏହାକୁ ଭାଙ୍ଗି ଦିଆଯାଇଛି।

Leave A Reply

Your email address will not be published.