Latest Odisha News

ପୁରୀ ଶ୍ରୀମନ୍ଦିର ପରିସରରେ ମହିଳା ଭକ୍ତଙ୍କୁ ପୋଲିସର ମାଡ଼

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ଦିନ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଉତ୍ସବ ଚାଲିଥିବା ବେଳେ ଜଣେ ମହିଳା ଭକ୍ତଙ୍କୁ ପୋଲିସ ପିଟିଥିବା ଅଭିଯୋଗ ହୋଇଛି ।

ପୋଲିସର ଆକ୍ରମଣରେ ଆହତ ହୋଇ ମହିଳା ଭକ୍ତ ଜଣକ ଏବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ମହିଳାଙ୍କ ମୁହଁରେ ସାମାନ୍ୟ ଆଘାତ ଲାଗିଥିବା ସୂଚନା ମିଳିଛି ।

ଏହି ଘଟଣା ସମ୍ପର୍କରେ ଥାନାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।

ଆଜି ଶ୍ରୀଜୀଉମାନଙ୍କ ନବଯୌବନ ତଥା ନେତ୍ରଉତ୍ସବ ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିରରେ ଭିଡ଼ ପରିଲକ୍ଷିତ ହୋଇଛି ।

ଆସନ୍ତା ଜୁଲାଇ ୪ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।

Leave A Reply

Your email address will not be published.