Latest Odisha News

BREAKING NEWS

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦରୁ ବିଧିବଦ୍ଧ ଭାବେ ରାହୁଲ ଗାନ୍ଧି ବୁଧବାର ଦିନ ଇସ୍ତଫା ଦେଇଛନ୍ତି । କିଛି ଦିନ ପୂର୍ବରୁ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କଂଗ୍ରେସ ପରାଜୟରେ ଦୋଷକୁ ନିଜକୁ ଦାୟୀ କରି ରାହୁଲ ଇସ୍ତଫା ଦେଇଥିବା ଜଣାପଡିଛି ।

ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ନିଜର ଇସ୍ତଫା ପତ୍ରକୁ ଟ୍ଵିଟର ଆକାଉଣ୍ଟରେ ଶେଆର କରିଛନ୍ତି । ଏପରିକି ଟ୍ଵିଟର ଆକାଉଣ୍ଟରେ ନିଜ ନାମ ପୂର୍ବରୁ ‘କଂଗ୍ରେସ ଅଧ୍ୟକ୍ଷ’ ହଟାଇ ଦେଇଥିବା ଦେଖିବାକୁ ମିଳିଛି ।

ରାହୁଲ ଟ୍ଵିଟ ମାଧ୍ୟମରେ କହିଛନ୍ତି, ଯେ କଂଗ୍ରେସ ଦଳର ସେବା କରିବା ତାଙ୍କ ପାଇଁ ଏକ ଗର୍ବର ବିଷୟ । ଏହି ଦଳର ମୂଲ୍ୟବୋଧ ଓ ଆଦର୍ଶ ଆମ ଦେଶର ଆତ୍ମା ଭାବେ କାମ କରିଛି ।

ନିର୍ବାଚନ ବିଫଳତା ସମ୍ପର୍କରେ ସେ କହିଛନ୍ତି ଯେ ଏହି ଦଳର ଅଧ୍ୟକ୍ଷ ଭାବେ ଅନ୍ୟକୁ ଦୋଷ ଲଦି ଦେଇ ନିଜେ ଖସିଯିବା ଠିକ ହେବ ନାହିଁ । ପରାଜୟ ପାଇଁ କଠୋର ନିଷ୍ପତ୍ତି ନିଆଯିବା ଉଚିତ ଓ ପରାଜୟର ଦାୟିତ୍ୱ ନ୍ୟସ୍ତ ହେବା ଉଚିତ ।

ଏଠାରେ ସୂଚନା ଯୋଗ୍ୟ ଯେ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ହାରିବା ପରେ ରାହୁଲ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫାକୁ କଂଗ୍ରେସ ଦଳ ପକ୍ଷରୁ ଗ୍ରହଣ କରାଯାଉନଥିଲା । ଦଳର ବିଭିନ୍ନ ବରିଷ୍ଠ ନେତା ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଇସ୍ତଫା ଦାବିରେ ରାହୁଲ ରହିଥିଲେ ଅଟଳ ।

Leave A Reply

Your email address will not be published.