Latest Odisha News

BREAKING NEWS

ପୁରୀର ଦିନକ ପରେ ବାରିପଦାରେ ରଥଯାତ୍ରା: ରଥ ଉପରୁ ଫିଙ୍ଗାଯାଏ ଶ୍ରଦ୍ଧାଲଡୁ !

ବାରିପଦା: ପୁରୀ ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ଅନୁଷ୍ଠିତ ହେବାର ଦିନକ ପରେ ହିଁ ବାରିପଦାରେ ପାଳିତ ହୋଇଥାଏ ପବିତ୍ର ରଥଯାତ୍ରା । ବାରିପଦା ରଥଯାତ୍ରାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣି ଥାଆନ୍ତି । କେବଳ ସେତିକି ନୁହେଁ, ବାରିପଦାର ନିଆରା ରଥଯାତ୍ରାରେ ଅନ୍ୟ ଏକ ଦୃଶ୍ୟ ଦେଖିବାକୁ ମିଳିଥାଏ । ଦେବୀ ସୁଭଦ୍ରାଙ୍କ ରଥ ଉପରୁ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଫିଙ୍ଗାଯାଇଥାଏ ଶ୍ରଦ୍ଧାଲଡୁ ।

କେବଳ ଦିନକ ପାଇଁ ନୁହେଁ ଦୁଇ ଦିନ ଧରି ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପୁରୀ ରଥଯାତ୍ରା ଦିନ ଠାକୁରମାନେ ପହଣ୍ଡି ହୋଇ ରଥାରୂଢ ହୋଇ ରୁପା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇ ଥାନ୍ତି । ରଥଯାତ୍ରାର ପ୍ରଥମ ଦିନ ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ରଥ ଟଣା ହୋଇ ମାଉସୀ ମା ଙ୍କ ମନ୍ଦିର ସମ୍ମୁଖକୁ ନିଆ ଯାଇଥାଏ । ଏହା ପରେ ଭଉଣୀ ସୁଭଦ୍ରାଙ୍କ ରଥକୁ ବଡ ଦାଣ୍ଡରୁ ଟାଣି ମଝି ରାସ୍ତାରେ ( ଟାଉନ ଥାନା ) ଛାଡି ଦିଆ ଯାଏ । ଦ୍ଵିତୀୟ ଦିନରେ ଭଉଣୀ ସୁଭଦ୍ରାଙ୍କ ରଥ ଟଣା ଯିବା ପୂର୍ବରୁ ରଥ ଉପରୁ ଶ୍ରଦ୍ଧାଳୁଙ୍କ ଉଧେସ୍ୟରେ ରଥ ଉପରୁ ଶ୍ରଦ୍ଧାଲଡୁ (ଗୁଡ଼ ଲଡୁ) ଫିଙ୍ଗାଯାଏ । ଏହା ପରେ କାଳିଆ ଠାକୁରଙ୍କ ନନ୍ଦିଘୋଷକୁ ଶ୍ରଦ୍ଧାଳୁ ମାନେ ଟାଣି ମାଉସୀ ମନ୍ଦିର ସମ୍ମୁଖକୁ ଟାଣି ଆଣିଥାନ୍ତି । ଏହା ପରେ ନନ୍ଦିଘୋଷ ରଥ ଟାଣି ଥିବା ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ରଥ ଉପରୁ ଶ୍ରଦ୍ଧାଲଡୁ (ଗୁଡ଼ ଲଡୁ) ଫିଙ୍ଗାଯାଏ । ପରେ ରାତିରେ ମାଉସୀ ମନ୍ଦିରକୁ ଠାକୁରମାନଙ୍କୁ ପହଣ୍ଡିରେ ନିଆଯାଇଥାଏ।

Leave A Reply

Your email address will not be published.