Latest Odisha News

BREAKING NEWS

କେନ୍ଦ୍ରୀୟ ବଜେଟ୍: ବଢିଲା ପେଟ୍ରୋଲ୍, ଡିଜେଲ୍ ଓ ସୁନା ଦର

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଶୁକ୍ରବାର ଦିନ ପୁର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପେଟ୍ରୋଲ୍, ଡିଜେଲ୍ ଓ ସୁନାଗହଣାର ମୂଲ୍ୟ ବୃଦ୍ଧି ପାଇଛି ।

ଚଳିତ ବଜେଟରେ ପେଟ୍ରୋଲ ଓ ଡିଜେଲ୍ ପ୍ରତି ଲିଟର ପିଛା ଅତିରିକ୍ତ ୧ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ଏବଂ ସେସ୍ ବୃଦ୍ଧି କରାଯାଉଛି ।

ମୋଦି ସରକାରର ୨ୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହୋଇଛି । ପେଟ୍ରୋଲ ଓ ଡିଜେଲ୍ ବ୍ୟତୀତ ବଜେଟରେ ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁର ଦର ମଧ୍ୟ ବୃଦ୍ଧି ପାଇଛି ।

ଏହି ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା ଅନ୍ୟ ମୂଲ୍ୟବାନ ଧାତୁ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି ଲାଗି ନିଷ୍ପତ୍ତି ନେଇଛନ୍ତି । ଏହି ଶୁଳ୍କ ଏବେ ବୃଦ୍ଧି ପାଇ ୧୦ ପ୍ରତିଶତରୁ ୧୨.୫ ପ୍ରତିଶତରେ ପହଞ୍ଚିଛି ।

Leave A Reply

Your email address will not be published.