ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ଟି -୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆ ୧୧ ବର୍ଷ ମଧ୍ୟରେ ଇଂଲଣ୍ଡଠୁ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି। ଇଂଲଣ୍ଡର ଏଲେକ୍ସ ହେଲ୍ସ (୮୪) ଏବଂ ଜୋସ୍ ବଟଲର (୬୮) ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହିତ ମାର୍କ ଉଡ (୩୪/୩)ଙ୍କ ଘାତକ ବୋଲିଂ ଯୋଗୁଁ ଇଂଲଣ୍ଡ ରବିବାର ପ୍ରଥମ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆକୁ ଆଠ ରନରେ ପରାସ୍ତ କରିଛି। ଅଷ୍ଟ୍ରେଲିଆରେ ୧୧ ବର୍ଷ ପରେ ଟି-୨୦ କ୍ରିକେଟରେ ଇଂଲଣ୍ଡର ଏହା ପ୍ରଥମ ବିଜୟ। ଇଂଲଣ୍ଡ ଦଳ ଏହା ପୂର୍ବରୁ ୨୦୧୧ରେ ଆଡିଲେଡରେ ଶେଷ ଟି -୨୦ ଅନ୍ତର୍ଜାତୀୟ ଜିତିଥିଲା।
ଇଂଲଣ୍ଡ ଅଷ୍ଟ୍ରେଲିଆ ସମ୍ମୁଖରେ ୨୦ ଓଭରରେ ୨୦୯ ରନ୍ ଲକ୍ଷ୍ୟ ଧାର୍ୟ୍ୟ ରଖିଥିଲା, ଏହାର ଜବାବରେ ଅଷ୍ଟ୍ରେଲିଆ ୨୦୦ ରନ କରିପାରିଥିଲା। ଟାର୍ଗେଟ ପିଛା କରି ଲଗାତର ୧୩ଟି ମ୍ୟାଚ ଜିତିବା ପରେ ଟି -୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆର ଏହା ପ୍ରଥମ ପରାଜୟ। ଟି -୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆର ଶେଷ ପରାଜୟ ୨୦୨୧ ରେ ବାଂଲାଦେଶ ବିପକ୍ଷରେ ହୋଇଥିଲାବେଳେ ଏହାପରଠାରୁ ଦଳ କ୍ରମାଗତ ୧୩ ଟି ମ୍ୟାଚ୍ ଜିତିଥିଲା। ତେବେ ବର୍ତ୍ତମାନ ଇଂଲଣ୍ଡ ହରାଇବା ପରେ ଏହି ବିଜୟ ଧାରାରେ ବ୍ରେକ ଲାଗିିଛି।
ଚାରି ଓଭରରେ ଅଷ୍ଟ୍ରେଲିଆ ୪୦ ରନ୍ ଆବଶ୍ୟକ କରୁଥିଲା ଏବଂ ୱାର୍ଣ୍ଣର କଙ୍ଗାରୁକୁ ବିଜୟ ଆଡକୁ ଆଗେଇ ନେଇଥିଲେ। ଉଡ କିନ୍ତୁ ଏହି ସମୟରେ ଇଂଲଣ୍ଡ ପାଇଁ ପ୍ରଭାବଶାଳୀ ପ୍ରମାଣିତ ହୋଇଥିଲେ । ସେ ୱାର୍ଣ୍ଣରଙ୍କୁ ହାଲ୍ସଙ୍କ ହାତରେ କ୍ୟାଚ କରାଇ ଦେଇଥିଲେ। ୱାର୍ଣ୍ଣର ୪୪ଟି ବଲରେ ୭୩ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ଯେଉଁଥିରେ ଆଠଟି ଚୌକା ଓ ଦୁଇଟି ଛକା ମାରିଥିଲେ।
ଶେଷ ଓଭରରେ କଙ୍ଗାରୁ ଟିମ୍ ୧୬ ରନ୍ ଆବଶ୍ୟକ କରୁଥିଲା। ମାଥ୍ୟୁ ୱେଡ ପ୍ରଥମ ବଲରେ ଯଦିଓ ଚୌକା ମାରି ଦଳକୁ ବିଜୟ ଦେଇପାରିବେ ବୋଲି ଏକ ସମ୍ବାବନା ତିଆରି କରିଥିଲେ ହେଲେ ତୃତୀୟ ବଲରେ ସେ ଆଉଟ୍ ହୋଇଯାଇଥିଲେ । ଆଉ ଅଷ୍ଟ୍ରେଲିଆ ୨୦ ଓଭରରେ ୯ ଓ୍ୱିକେଟ୍ ହରାଇ ୨୦୦ ରନ କରି ମ୍ୟାଚ ହାରିଥିଲା।
Comments are closed.