କୋରାପୁଟ: ବୈପାରୀଗୁଡା ଥାନା ଅନ୍ତର୍ଗତ ବାଲିଆ ରାସ୍ତାର ଚନ୍ଦନପୁର ନିକଟସ୍ଥ ଶାଳବଣ ନିକଟରୁ ବ୍ୟବସାୟୀଙ୍କ ଠାରୁ ୫୦ ହଜାର ଟଙ୍କା ଲୁଟିନେଲେ ଦୃର୍ବୁତ୍ତ l ଲୁଟ୍ର ଶିକାର ହୋଇଥିବା ଯୁବକ ମାନେ ହେଲେ ରାମଗିରି ଗ୍ରାମର ହୋଟେଲ ବ୍ୟବସାୟୀ ସୁରେନ୍ଦ୍ର ବରେଇଙ୍କ ପୁଅ ବିଶ୍ବଜିତ ବରେଇ ଏବଂ ତାଙ୍କ ସାଥି ରବି ନାରାୟଣ ସମରଥ ବୋଲି ଜଣା ପଡିଛି l ଏନେଇ ବୈପାରୀଗୁଡା ଥାନାରେ ଏତଲା ମଧ୍ୟ ଦିଆଯାଇଛି l ଖବର ଅନୁଯାୟୀ ବିଶ୍ୱଜିତ ତାଙ୍କ ସାଥି ରବିଙ୍କ ସହ ବାଇକରେ ଜୟପୁର ଠାରୁ ନିଜ ଗାଁ ରାମଗିରି ଫେରୁଥିଲେ।
ତେବେ ରାମଗିରି ଫେରୁଥିବା ବେଳେ ଚନ୍ଦନପୁର ନିକଟସ୍ଥ ଶାଳବଣ ଭିତରୁ ଦୁଇଟି ନମ୍ବର ବିହୀନ ବାଇକ୍ ଯୋଗେ ମୁଖା ପିନ୍ଧା ୬ ଜଣ ଦୁର୍ବୃତ୍ତ ଆସି ଖଣ୍ଡା ଯୋଗେ ଆକ୍ରମଣ କରିଥିଲେ l ଆଉ ବିଶ୍ୱଜିତ ଧରିଥିବା ୫୦ ହଜାର ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ଦୁର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ l ଆହାତ ହୋଇଥିବା ବିଶ୍ୱଜିତଙ୍କୁ ଏନେଇ ବୈପାରୀଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି l
Comments are closed.