Latest Odisha News

BREAKING NEWS

କଂଗ୍ରେସ ସାଧାରଣ ସମ୍ପାଦକ ପଦ ଛାଡିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ରହିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ରବିବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଚଳିତ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଯୋଗୁଁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଏହା ପୂର୍ବରୁ ମୁମ୍ବାଇ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ମିଲିନ୍ଦ ଦେୱରା ଇସ୍ତଫା ଦେଇଛନ୍ତି ।

ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ସଞ୍ଜୟ ନିରୁପମଙ୍କ ସ୍ଥାନରେ ମିଲିନ୍ଦଙ୍କୁ ମୁମ୍ବାଇ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଥିଲା ।

Leave A Reply

Your email address will not be published.