Latest Odisha News

BREAKING NEWS

୨୨ ପରେ ବାତ୍ୟା: ଆଇଏମଡି ଡିଜି

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୨୨ ତାରିଖ ପରେ ଅବପାତଟି ବାତ୍ୟା ରୂପ ନେଇପାରେ । ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ବା ନଯିବ, ପୂର୍ବାନୁମାନ କରାଯାଇ ନାହିଁ । ଘୂର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ । ୨୨ ତାରିଖରେ ବାତ୍ୟା ରୂପ ନେଲା ବେଳକୁ ଏହା ସମୁଦ୍ରରେ ଥିବ ।

ତେବେ ବାତ୍ୟା କେଉଁ ଦିଗରେ ଯିବ ? ତୀବ୍ରତା କେତେ ରହିବ ? ସେନେଇ ପୂର୍ବାନୁମାନ କରାଯାଇ ନାହିଁ । ଲଘୁଚାପ ବା ଅବପାତ ହେଲା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇଏମଡି ଡିଜି । ସମ୍ଭାବ୍ୟ ବାତ୍ୟା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ । ୨୨ ତାରିଖ ଠାରୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବାର ଥିବାରୁ ସମୁଦ୍ର ଯିବାକୁ ବାରଣ କରିଛି ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.