Latest Odisha News

BREAKING NEWS

ପଞ୍ଜଶିର ଘାଟିରେ ତାଲିବାନଙ୍କ ବର୍ବରତା

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନଙ୍କ ଆଖି ପଞ୍ଜଶିର ଘାଟିର ବିଦ୍ରୋହୀଙ୍କ ଉପରେ ରହିଛି । ରିପୋର୍ଟ ମୁତାବକ ଚଳିତ ମାସରେ ତାଲିବାନୀମାନେ ୨୭ଜଣ ବିଦ୍ରୋହୀ ଏଠାରେ ହତ୍ୟା କରି ସାରିଛନ୍ତି । ଆଖିରେ ପଟି ବାନ୍ଧି ସେମାନଙ୍କ ଗୁଳି କରାଯାଉଥିବା ଭିଡିଓ ଏବେ ଭାଇରାଲ ହେଉଛି । ତାଲିବାନୀଙ୍କ ବର୍ବରତାର ଏହି ଭିଡିଓକୁ ଏବେ ବିଶ୍ଲେଷଣ କରାଯାଉଛି । ତାଲିବାନ ସରକାର ସିଧାସଳଖ ଏହି କାର୍ଯ୍ୟରେ ଲିପ୍ତ ନ ରହି ତାର ଛାୟା ଗୋଷ୍ଠୀଗୁଡିକୁ ଏ ଭଳି କାର୍ଯ୍ୟରେ ଲିପ୍ତ କରାଉଛି । ଯାହା ଫଳରେ ପଞ୍ଜଶିର ଘାଟିରେ ବିଦ୍ରୋହର ସ୍ରୋତ ଭୟରେ କମିଯିବ ।

ସୂଚନଯୋଗ୍ୟ, ଏକମାତ୍ର ଘାଟି ଭାବେ ପଞ୍ଜଶିର ସର୍ବଦା ତାଲିବାନକୁ ବିରୋଧ କରି ଆସୁଛି । ଏଥର ତାଲିବାନ ଏହାକୁ କବଜା କରିଥିଲେ ପଞ୍ଜଶିର ଯୋଦ୍ଧାମାନେ ଲୁଚି କରି ଏବେ ବି ସଂଘର୍ଷ ଜାରୀ ରଖିଛନ୍ତି । ବିଭିନ୍ନ ଆନ୍ତର୍ଜାତୀୟ ସଂଗଠନ ଏ ପରୋକ୍ଷରେ ପଞ୍ଜଶିର ଯୋଦ୍ଧାଙ୍କୁ ସାହାଯ୍ୟ କରି ଆସୁଛନ୍ତି ।

Comments are closed.