Latest Odisha News

ଟାର୍ଗେଟ କିଲିଂକୁ ନେଇ ଧାରା ୩୭୦ ଉପରେ ଉଠିଲା ପ୍ରଶ୍ନ, ଜବାବ ରଖିଲେ ‘କାଶ୍ମୀର ଫାଇଲ’ର ନିର୍ଦ୍ଦେଶକ

ମୁମ୍ବାଇ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କାଶ୍ମୀର ଘାଟିରେ ଘଟୁଥିବା ଟାର୍ଗେଟ କିଲିଂ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ନ୍ୟାୟ ନମିଳିବ ସେପର୍ଯ୍ୟନ୍ତ ଏସବୁ ବନ୍ଦ ହେବ ନାହିଁ। ଫାରୁକ୍ ଅବଦୁଲ୍ଲା ଗଣମାଧ୍ୟମ ସହ ଆଲୋଚନା କଲା ବେଳେ ପଚାରିଥିଲେ ଯେ କାଶ୍ମୀରରୁ ଧାରା ୩୭୦ ହଟିଯିବା ପରେ ମଧ୍ୟ ସ୍ଥିତିରେ କାହିଁକି ଉନ୍ନତି ଆସୁନାହିଁ ?

BjdElectrycity

ବର୍ତ୍ତମାନ ଜଣାଶୁଣା ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ବିବେକ କହିଛନ୍ତି, “କାଶ୍ମୀରରୁ ଧାରା ୩୭୦ ହଟିବାରୁ ଲୋକେ ଏପରି ପ୍ରତିକ୍ରିୟା ଦେଉଛନ୍ତି ଯେପରି ସ୍ଥାନୀୟ ଅଞ୍ଚଳର ଗୁଣ୍ଡା ରାତିରେ ଯାଇ ଲୋକଙ୍କ ଘରେ ଭଙ୍ଗାରୁଜା କରି ନିଆଁ ଲଗାଇ ପରଦିନ ସକାଳେ ଉଠି କୁହନ୍ତି କି ପୋଲିସ୍ କାହିଁକି ଏସବୁକୁ ଠିକ୍ କରୁନାହିଁ। ଏହି କାଶ୍ମୀର ଲୋକଙ୍କର ଦୁଇଟି ରୂପ ଅଛି। ଯେପରି ଗୋଟିଏ ସାପର ଦୁଇଟି ମୁଣ୍ଡ ଥାଏ। ସେମାନେ ସାମ୍ନାରେ ଯାହା କୁହନ୍ତି ପଛରେ ଅନ୍ୟ କିଛି କରନ୍ତି।”

ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ, “ଏହି ଲୋକମାନେ ଚାହାଁନ୍ତି ଯେ ଏଠାକୁ ହିନ୍ଦୁ ଲୋକେ ନ ଆସନ୍ତୁ। ତେଣୁ ସେମାନେ ସର୍ବଦା ଏ ବିଷୟକୁ ନେଇ ଲୋକଙ୍କ ପ୍ରବର୍ତ୍ତାଇଥାନ୍ତି। ଅବଦୁଲ୍ଲା ସାହେବ ଏବଂ ତାଙ୍କର ସମଗ୍ର ଜନଜାତି ଲୋକଙ୍କୁ ଉସ୍କେଇବା, ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କୁ ସମର୍ଥନ କରୁନ୍ତି। ସେମାନେ ସେଠାକାର ଲୋକଙ୍କୁ ହତ୍ୟା କରିବାକୁ ପ୍ରବର୍ତ୍ତାଇଥାନ୍ତି। ଯେତେବେଳେ ସେମାନେ କାଶ୍ମୀରୀ ହିନ୍ଦୁଙ୍କୁ ହତ୍ୟା କରନ୍ତି, ଏହି ଲୋକମାନେ ତାଙ୍କୁ ତାଙ୍କ ପିଠିରେ ପ୍ରଶଂସା କରନ୍ତି ଏବଂ ତାଙ୍କୁ ଏକ ବଡ଼ ମାନ୍ୟତା ଦିଅନ୍ତି। କିନ୍ତୁ ଯେତେବେଳେ ସେମାନେ ଟିଭିରେ ଆସନ୍ତି, ସେହି ସମୟରେ ନିଜ ରୂପ ବଦଳାଇ ଭିନ୍ନ ଏକ କଥାବର୍ତ୍ତା କରନ୍ତି।”

ଅନ୍ୟପକ୍ଷରେ ଫିଲ୍ମ ନିର୍ଦ୍ଦେଶକ ଅଶୋକ ପଣ୍ଡିତ ମଧ୍ୟ କାଶ୍ମୀରୀ ପଣ୍ଡିତଙ୍କ ମୃତ୍ୟୁକୁ ନେଇ ଏକ ବିତର୍କରେ ପ୍ରଶ୍ନ କରିଛନ୍ତି। ସେ ପଚାରିଛନ୍ତି ଯେ ଘାଟିରେ କାର୍ଯ୍ୟ କରୁଥିବା କାଶ୍ମୀର ପଣ୍ଡିତମାନେ ସ୍ଥାନାନ୍ତର କରିବାକୁ ସରକାର ନିକଟରେ ଦାବି କରୁଛନ୍ତି। କିନ୍ତୁ ସେମାନଙ୍କୁ କାହିଁକି ସ୍ଥାନାନ୍ତର କରାଯାଉ ନାହିଁ ?
ସୂଚନା ଥାଉକି ଯେ ଅକ୍ଟୋବର ୧୫ ରେ ଶୋପିଆନରେ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରାଯାଇଥିଲା। ଏ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ଅବଦୁଲ୍ଲା କହିଥିଲେ ଯେ ଧାରା ୩୭୦ ହଟିବାର ଚାରି ବର୍ଷ ବିତିଗଲାଣି, ତଥାପି ଲୋକମାନେ ମରୁଛନ୍ତି।

Leave A Reply

Your email address will not be published.