Latest Odisha News

BREAKING NEWS

ସ୍ବାମୀଙ୍କ ପରେ ମୃତା ସ୍ତ୍ରୀଙ୍କ ହେଲା ଚକ୍ଷୁଦାନ

ବ୍ରହ୍ମପୁର: ବ୍ରହ୍ମପୁର ସହର ଚନ୍ଦ୍ରମା ସାହିର ଭି.ଭିରାମ୍ମାଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଚକ୍ଷୁଦାନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏମକେସିଜିର ଚକ୍ଷୁ ବିଭାଗର ମୁଖ୍ୟ ଡା.ସୁଚିତ୍ରା ଦାସଙ୍କ ତତ୍ବାବଧାନରେ ଡା.ଶ୍ରୀୟା ଚକ୍ରବର୍ତ୍ତି ଏବଂ ଡା.ସୋମାନି ବରାଳ ଚକ୍ଷୁ(କର୍ଣ୍ଣିଆ) ସଂଗ୍ରହ କରିଥିଲେ। ଭିରାମ୍ମାଙ୍କ ପୁତ୍ର ଈଶ୍ବର ରାଓ ଏବଂ ତିନି ଝିଅ ଭି.ବିଜୟଲକ୍ଷ୍ମୀ, ୱାଇ.ଲକ୍ଷ୍ମୀ ଏବଂ ବି.ପଦ୍ମାବତୀଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ। ଫ୍ରେଣ୍ଡସ ହେଲପିଂ କ୍ଲବର କେ.ପୁରୁଷୋତ୍ତମ ସୁବୁଦ୍ଧି, ଜାମୁଲା ସୁରେଶ ଏବଂ ନନ୍ଦେଶୁ ସେନାପତି ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ, ଭିରାମ୍ମାଙ୍କ ସ୍ବାମୀ ଭି.ଭିଗ୍ନେଶମ ଗତ ବର୍ଷ ସେପ୍ଟେମ୍ବର ୭ ତାରିଖରେ ମୃତ୍ୟୁବରଣ କରିଥିଲେ। ତାଙ୍କର ମଧ୍ୟ ମୃତ୍ୟୁ ପରେ ଚକ୍ଷୁଦାନ ହୋଇଥିଲା। ଏଣୁ ମୃତ୍ୟୁ ପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଚକ୍ଷୁଦାନକୁ ନେଇ ପରିବାର ବର୍ଗଙ୍କୁ ସାଧାରଣରେ ପ୍ରଶଂସା କରାଯାଉଛି।

Comments are closed.