Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ ୧୦୫ ବର୍ଷୀୟ ବୃଦ୍ଧାଙ୍କ ହବିଷ୍ୟ ବ୍ରତ ପାଳନ

ପୁରୀ : ମହାପ୍ରଭୁଙ୍କ ଭକ୍ତି ଆଗରେ ହାର ମାନିଛି ହାରାମଣିଙ୍କ ବୟସ । ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ହବିଷ୍ୟ ବ୍ରତ ପାଳନ କରୁଛନ୍ତି ୧୦୫ ବର୍ଷୀୟା ବୃଦ୍ଧା । ଆଖିକୁ ଭଲରେ ଦିଶୁ ନାହିଁ … ଅଣ୍ଟା ନଇଁପଡ଼ିଲାଣି ହେଲେ ସମସ୍ତ ନୀତି ନୀୟମ ମାନି ପାଳନ କରୁଛନ୍ତି ବ୍ରତ।

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ହବିଷ୍ୟାଳୀଙ୍କ ଭିଡ ଜମିଥିବା ବେଳେ ।ଏହାରି ଭିତରେ ନଜର ରହିଛି ଜଣେ ୧୦୫ ବର୍ଷର ବୃଦ୍ଧାଙ୍କ ହବିଷ୍ୟ ବ୍ରତ ପାଳନ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଅଳଗୁମ୍ ପାଟଣା ଗ୍ରାମର ଏ ହେଉଛନ୍ତି ୧୦୫ ବର୍ଷୀୟା ବୃଦ୍ଧା ହାରାମଣୀ ସାହୁ। କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ସେ ଶ୍ରୀକ୍ଷେତ୍ରର ସାନ ମଠରେ ରହି ହବିଷ୍ୟ ବ୍ରତ ପାଳନ କରୁଛନ୍ତି। ଆଉ ମହାପ୍ରଭୁଙ୍କ ପ୍ରତି ରହିଛି ଅତୁଟ ବିଶ୍ବାସ  । ଦୀର୍ଘ ୬୦ ବର୍ଷ ଧରି ସେ ଶ୍ରୀକ୍ଷେତ୍ରକୁ ଆସି କାର୍ତ୍ତିକ ବ୍ରତ ପାଳନ କରି ଆସୁଛନ୍ତି।‌ ଏତେ ବୟସରେ ମଧ୍ୟ କାଳିଆ ପ୍ରେମ ତାଙ୍କୁ ଏଭଳି ପାଗଳ କରିଛି ଯେ କାର୍ତ୍ତିକ ବ୍ରତ ପାଇଁ ଶ୍ରୀକ୍ଷେତ୍ରକୁ ନଆସି ସେ ରହିପାରନ୍ତି ନାହିଁ। ତେବେ ୧୦୫ ବର୍ଷ ବୟସରେ ହାରାମଣୀ ଠିକ୍ ଭାବେ ଚଲା ବୁଲା କରିପାରୁନଥିଲେ ମଧ୍ୟ ମହାପ୍ରଭୁଙ୍କ ପ୍ରତି ତାଙ୍କର ଏଭଳି ଗଭୀର ସମର୍ପଣ ମନୋଭାବ ତାଙ୍କ ସାଙ୍ଗରେ ରହି ହବିଷ୍ୟ ବ୍ରତ କରୁଥିବା ସାଥି ହବିଷ୍ୟାଳୀମାନଙ୍କୁ ମଧ୍ୟ ବେଶ୍ ଉତ୍ସାହ ପ୍ରଦାନ କରିଛି।

ତେବେ ମହାପ୍ରଭୁଙ୍କ ପ୍ରତି ଏହି ଅତୁଟ ଭକ୍ତି ଓ ବିଶ୍ବାସ ପଛରେ ହାରାମଣିଙ୍କ ରହିଛି ଏକ ଅଭୁଲା ଅନୁଭୂତି। ତେବେ ହାରାମଣିଙ୍କ କହିବା ଅନୁଯାୟୀ ମହାପ୍ରଭୁ ଭକ୍ତର ଦୁଃଖ ଶୁଣିପାରନ୍ତି। ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କରିବାରୁ ତାଙ୍କ ପୁଅର ବିବାହର ୧୮ ବର୍ଷ ପରେ ଏକ ସନ୍ତାନ ଜନ୍ମ ନେଇଥିଲ। ତେବେ ଏହା କାଳିଆ ଠାକୁରଙ୍କ ଯୋଗୁଁ ସମ୍ଭବ ବୋଲି କହିଛନ୍ତି ହାରାମଣି। କେବଳ ସେତିକି ନୁହେଁ ମରଣ ଶଯ୍ୟାରେ ଶୋଇଥିଲେ ମଧ୍ୟ କାଳିଆ ପାଇଁ କାର୍ତ୍ତିକ ବ୍ରତ କରିବେ ବୋଲି କହିଛନ୍ତି ହାରାମଣି। ତେବେ ସାନ ମଠରେ ହାରାମଣି ରହି କାର୍ତ୍ତିକ ବ୍ରତ ପାଳନ କରୁଥିବାରୁ ମଠ ମହନ୍ତ ମଧ୍ୟ ହାରାମଣିଙ୍କ ମହାପ୍ରଭୁଙ୍କ ଏଭଳି ଭକ୍ତିଭାବ ଦେଖି ଭାବ ବିହ୍ୱଳ ହୋଇପଡିଛନ୍ତି।

Leave A Reply

Your email address will not be published.