ନୂଆଦିଲ୍ଲୀ: ହେଟ ସ୍ପିଚ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାଁଙ୍କ ବିଧାନସଭା ସଦସ୍ୟପଦ ରଦ୍ଦ ହୋଇଛି । ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟଙ୍କ ପାଖରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଶୁକ୍ରବାର ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ସଦସ୍ୟ ପଦକୁ ରଦ୍ଦ କରିଛନ୍ତି । ଏଥିସହ ଆଜମଙ୍କ ସଦସ୍ୟତା ସମାପ୍ତ କରାଯାଇ ରାମପୁର ସିଟକୁ ରିକ୍ତ ଘୋଷିତ କରାଯାଇଛି । ଏ ସମ୍ପର୍କରେ ବିଧିବଦ୍ଧ ଭାବେ ନିର୍ବାଚନ ଆୟୋଗକୁ ମଧ୍ୟ ଜଣାଇ ଦିଆଯାଇଛି । ଖୁବ ଶୀଘ୍ର ଏହି ସିଟ ପାଇଁ ଉପ ନିର୍ବାଚନ ହେବ । ଆଜମ ଖାଁଙ୍କୁ ପୂର୍ବରୁ କୋର୍ଟ ୩ ବର୍ଷ କୈଦ ଓ ୬ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।
୨୦୧୯ ଲୋକସଭା ନିର୍ବାଚନ ଅବସରରେ ଆଜମ ଖାଁ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି ଘୃଣା ସୃଷ୍ଟିକାରୀ ଭାଷଣ ଦେଇଥିଲେ । ଏଥିନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଆଜମ ଖାଁ ଏହି ଶୁଣାଣୀ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଥିପାଇଁ ତାଙ୍କୁ ହାଇକୋର୍ଟ ୭ ଦିନ ସମୟ ଦେଇଛନ୍ତି ।
Comments are closed.