ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଡୋର୍ ଖୋଲି ଦେଖେତ ଆସ୍ଥା , ସମ୍ଭବ ଦୁଆର ମୁହଁରେ । ଦଶ ବାର ଦିନର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି । ଖୁସିରେ ତା ପାଦ ତଳେ ଲାଗୁନି । ହେଲେ ସମ୍ଭବଏମିତି ଧୂଳି ମଳି ଠାଏ ଠାଏ କାଦୁଅ ଛିଟା !! କଣ କଥା କିଛି ବୁଝି ପାରୁନି ସେ । କୋଉଠି ଆଉ ପଡ଼ିଗଲେକି ,କୋଉଠି ଆଉ ଆକ୍ସିଡେଣ୍ଟ ହୋଇଛି କି , କୋଉଠି ଆଘାତ ଲାଗିନି ତ ! ଏମିତି ଅନେକ କଥା ମନ ଭିତରେ ଉଙ୍କି ମାରୁଥିଲା ତାର । କିନ୍ତୁ କିଛି ବି ପଚାରି ପାରୁନଥିଲା ସେ ! ଭାବିଲା ସେ ଦିନେ ଦୁଇ ଦିନ ଟିକେ ରେଷ୍ଟ ନେଇ ମନ ସ୍ଥିର ହେଲେ କହିବେ ଅବା କଣ ଅସୁବିଧା ହେଇଚି । ସେଥିପାଇଁ ଜାଣିଶୁଣି କଥାକୁ ଆଉ ନଉଖାରି ସମ୍ଭବ ଙ୍କର ଖାଇବା ପିଇବା କଥା ବୁଝିଲା । ସମ୍ଭବ ବି ଧୁଆଧୋଇ ହୋଇ ଖାଇପିଇ ଶେଯକୁ ଶୋଇବାକୁ ଗଲେ । ଆସ୍ଥା ବି ଶୋଇବାକୁ ଚେଷ୍ଟା କଲା ….ମୁଣ୍ଡ ଉପରେ ଆଉ ଏତେ ଜୋର ନଦେଇ ।
ପ୍ରତିଦିନ ଭଳି ଭୋରରୁ ଉଠା, ଘର କାମ , ରୋଷେଇ ,ଘର ସଫା ,ଛୁଆ ଙ୍କ କାମ ସାରି ତାଙ୍କୁ ସ୍କୁଲ ପଠେଇବା ସବୁ କାମ ସରିଯାଇଛି ଆସ୍ଥାର । ସମ୍ଭବ ଆଜି ଆଉ କୋର୍ଟ କୁ ଯିବେନାହିଁ,ଘରେ ରହି ବିଶ୍ରାମ ନେବେ । ଆସ୍ଥା ମନେ ମନେ ଗୋଡ଼ ଲମ୍ବେଇଲା ଆଜି ସମ୍ଭବଙ୍କ ସହିତ ଖୁବ ଗପିବ ଆଉ ସେ ସବୁ କଥା ମାନ ଗୋଟି ଗୋଟି କରି କହିଦେବେ ଆସ୍ଥା ଆଗରେ । କିନ୍ତୁ ସେମିତି କିଛି ହେଲାନି !!ସମ୍ଭବ ଖାଇପିଇ ସୁଇଚ ଅଫ୍ କରି ଫୋନ ଟିକୁ ଚାର୍ଜ ରେ ବସେଇ ଦେଇ ଶୋଇବାକୁ ଚାଲିଗଲେ ।ଆସ୍ଥା ବି ମନକୁ ବୁଝେଇବାରେ ଧୁରନ୍ଧର ଥିଲା ।ମନକୁ ବୁଝେଇଦେଲା , ସମ୍ଭବ ଏତେ ଦିନ ହେଲାଣି ବାହାରେ ଥିଲେ, କାମ ପ୍ରେସରରେ ଖାଇବା ଶୋଇବା ଠିକ ନଥିବ ତେଣୁ ଶୋଇପଡିଲେ ,ଦେହର ମଜରା ଛାଡିଯିବ ।
କ୍ରମଶଃ
Comments are closed.