Latest Odisha News

ଅଜଣା ରୋଗରେ ପୀଡ଼ିତ ଘରର ମୁଖ୍ୟ, ଛଅ ପ୍ରାଣୀ କୁଟୁମ୍ବକୁ ପୋଷିବେ କିପରି ?

ତାଳଚେର : ଅଜଣା ରୋଗରେ ରୋଗାକ୍ରାନ୍ତ ହୋଇ ଘରେ ପଡ଼ିରହିଛନ୍ତି ପଦିଆ ମହାପାତ୍ର । ଏପରି ଦୁଃଖଦ ଘଟଣା ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ତାଳବେଡା ଗାଁରେ ଦେଖିବାକୁ ମିଳିଛି । ପଦିଆ ମହାପାତ୍ର ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ପୋଷନ୍ତି । ହେଲେ ତାଙ୍କର ସେହି ସୁଖ ସଂସାରରେ ସତେ ଯେପରି କଳାବାଦଲ ଛାଇଯାଇଛି । ଏକ ଅଜଣା ରୋଗରେ ପୀଡ଼ିତ ହୋଇ ପଦିଆ କୌଣସି କାମଧନ୍ଦା କରିବାକୁ ଅସମର୍ଥ ହୋଇପଡ଼ିଛନ୍ତି ।

ତେବେ ଛଅ ପ୍ରାଣୀ କୁଟୁମ୍ବକୁ କିପରି ପୋଷିବେ ତାକୁ ନେଇ  ଚିନ୍ତାରେ ପଦିଆଙ୍କ ସ୍ତ୍ରୀ ପଦ୍ମିନୀ ।  ସାହାରା କହିଲେ ସରକାର ଯୋଗାଉଥିବା ଏକ ଟଙ୍କିଆ ଚାଉଳ । ପଦିଆଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ପଦିଆଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ ନେଇ ପାରୁନାହାଁନ୍ତି । ସେ ନିଜର ଚିକିତ୍ସା କରାଇବାକୁ ସମ୍ପୂର୍ଣ୍ଣ ଅସମର୍ଥ l ଏତିକିରେ ପଦିଆଙ୍କ ଦୁଃଖ ସରିନି ପ୍ରଥମରୁ ଏତେ ଦଃଖ ଥିବାବେଳେ ତାଙ୍କ ମୁଣ୍ଡରେ ଆଉ ଗୋଟାଏ ଦୁଃଖର ପାହାଡ଼ ଲଦି ହୋଇଯାଇଛି ।

ପଦିଆଙ୍କ ୨୦ ବର୍ଷୀୟ ଝିଅ  ସ୍ନାୟୁ ଜନିତ ରୋଗରେ ପୀଡିତ । ଅର୍ଥ ଅଭାବରୁ ତାଙ୍କର ମଧ୍ୟ ଚିକିତ୍ସା ହୋଇ ପାରୁ ନାହିଁ ।  ତାଙ୍କର ଏଭଳି ଦୁର୍ଦ୍ଦିନ ସମୟରେ ସରକାରୀ ସହାୟତା ସହ ବଦାନ୍ୟ ବ୍ୟକ୍ତି ବିଶେଷ, ଅନୁଷ୍ଠାନଗୁଡ଼ିକ ସହାୟତା ଯୋଗାଇ ଦେବାକୁ ତାଙ୍କ ସ୍ତ୍ରୀ ନିବେଦନ କରିଛନ୍ତି l ତାଙ୍କୁ ସାହାଯ୍ୟ କରିବା ପାଇଁ  9078480328 ନମ୍ବରରେ ଯୋଗାଯୋଗ କରିପାରିବେ …..ତାଙ୍କ ଆକାଉଣ୍ଟ ନମ୍ବର….   0723010625227 PRADIP MAHAPATRA, Punjab national Bank, IFSC:PUNB0072320

Leave A Reply

Your email address will not be published.