Latest Odisha News

BREAKING NEWS

ବିଜେପିକୁ କେଜରିଓ୍ୱାଲଙ୍କ ନିଶାନା; ଗୁଜରାଟରେ ତୁଚ୍ଛ ରାଜନୀତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଯୋଗକୁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ହେଲେ ଗୁଜରାଟରେ ସରକାର ଯୋଗ କ୍ଲାସ ବନ୍ଦ କରିଦେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି କେଜରିଓ୍ୱାଲ । ବିଜେପିକୁ କରିଛନ୍ତି ସିଧା ଟାର୍ଗେଟ୍ । କହିଛନ୍ତି, ଗୁଜରାଟରେ ଆପ୍ ସରକାର ଗଠନ ହେଲେ ପୁଣି ଆରମ୍ଭ ହେବ ଯୋଗ କ୍ଲାସ । ଏହା ସହିତ ଦିଲ୍ଲୀରେ କେବେ ବି ମାଗଣା ଯୋଗ ପ୍ରଶିକ୍ଷଣ ବନ୍ଦ ହେବନି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେଜରିଓ୍ୱାଲ ।

୧୧ମାସ ଧରି ୫୯୦ ସ୍ଥାନରେ ମାଗଣା ପ୍ରଶିକ୍ଷଣ ଜାରି ରହିଛି । ୧୭ ହଜାର ଲୋକ ଏଥିରୁ ଲାଭାନ୍ୱିତ ହୋଇଛନ୍ତି । ଆଗକୁ ୨ କୋଟି ଲୋକଙ୍କୁ ଯୋଗ ପ୍ରଶିକ୍ଷଣ ଲକ୍ଷ୍ୟ ରଖିଛନ୍ତି ସେ । ହେଲେ ଗୁଜରାଟରେ ଯୋଗ ପ୍ରଶିକ୍ଷଣ ବନ୍ଦ ହେବାକୁ ସେ ନିନ୍ଦା କରିଛନ୍ତି । ସେଠାକାର ସରକାର ତୁଚ୍ଛ ରାଜନୀତି କରୁଛନ୍ତି । ଶାସନ ଲୋଭରେ ସରକାର ଯାହା କରିଛନ୍ତି, ତାକୁ ଲୋକେ ମଧ୍ୟ ବିରୋଧ କରୁଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେଜରିଓ୍ୱାଲ ।

ମୋର୍ବି ଘଟଣା ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି ଯେ, ଗୁଜରାଟ ସରକାର ଘଡି କମ୍ପାନୀକୁ କାହିଁକି ପୋଲ ନିର୍ମାଣ ଟେଣ୍ଡର ଦେଇଥିଲେ । ଏଫ୍ଆଇଆରରେ ଏହି କମ୍ପାନୀ କିମ୍ବା ତାହାର ମାଲିକଙ୍କ ନାଁ ନାହିଁ । କମ୍ପାନୀ ସହ ମଧୁଚନ୍ଦ୍ରିକା ରଖି ମାମଲାକୁ ରଫାଦଫା କରୁଛି ଗୁଜରାଟ ସରକାର  । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ୍ ବୋଲି କହିଛନ୍ତି କେଜରିଓ୍ୱାଲ ।

Leave A Reply

Your email address will not be published.