Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ପିଲାମାନଙ୍କୁ ଆଣିବାକୁ ବସ୍ ଷ୍ଟପେଜକୁ ଚାଲିଗଲେ ସମ୍ଭବ। ସୁରେଖାକୁ ଚା କପ୍ ଟି ବଢ଼େଇ ଦେଇ ଆସ୍ଥା ଆଜି ତୁ କହ ଡିନର ରେ କଣ କରିବା । ତୋର ଆଜି କଣ ଖାଇବାକୁ ଇଚ୍ଛା ହେଉଛି କହ । ସୁରେଖା ଭାବବିହ୍ଵଳ ହୋଇ ମାଆ କେବେ ଦିନେ ବୋଉ ମୋ ପସନ୍ଦ ର ଖାଇବା ପଚାରି କରି ଖାଇବାକୁ ଦେଇଥିଲା ମନେ ନାହିଁ । ଆଜି ଆପଣ ….ଆଖି ଛଳ ଛଳ ହୋଇଉଠିଥିଲା ସୁରେଖାର ।

ଆସ୍ଥା କାଇଁ ମୁଁ କଣ ତୋ ମାଆ ନୁହେଁ କି ,ଜନ୍ମ ସିନା ଦେଇନି । ସୁରେଖା ଆସ୍ଥା କୋଳରେ ମୁଣ୍ଡ ରଖି ଛୋଟ ଛୁଆ ପରି କଇଁ କଇଁ ହୋଇ କାନ୍ଦି ଉଠିଲା। ସୁରେଖା ,ମାଆ ପିଲାମାନେ ଆସିଯିବେ ସେମାନଙ୍କ ପାଇଁ ଚାଲନ୍ତୁ ଟିଫିନ ତିଆରି କରିଦେବା ।ଆସିଲା ବେଳକୁ ସେମାନଙ୍କୁ ପ୍ରବଳ ଭୋକ ହେଉଥିବ । ଆସ୍ଥା, ହଁ ଚାଲ୍ ଜଲ୍ଦି ଜଲ୍ଦି କରି ରଖିଦେବା ।

ସମ୍ଭବ ପିଲାମାନଙ୍କୁ ସାଙ୍ଗରେ ନେଇ ପହଁଞ୍ଚି ଗଲେ । ପିଲାମାନେ ଧୁଆଧୋଇ ହୋଇ ଟିଫିନ ଖାଇ ଖେଳିବାକୁ ଚାଲିଗଲେ ।ଚାର୍ଜରୁ କାଢ଼ି ଫୋନକୁ ଆକ୍ଟିଭ କରି କଲ୍ ,ମେସେଜ ସବୁ ଚେକ୍ କରି ଫୋନରେ କଥା ହୋଇ ହୋଇ ବାହାରକୁ ଚାଲିଗଲେ ସମ୍ଭବ ।

କ୍ରମଶଃ

Comments are closed.