Latest Odisha News

BREAKING NEWS

କବିତା : ଆଖି ମୋ ସାକ୍ଷୀ

ରାଜ କିଶୋର ନାୟକ 

ମୋ ମନ ଆକାଶେ ବନ୍ଧ୍ୟା ତାରା ତୁମେ
ଉଜୁଡା ନୀଡର ପକ୍ଷୀ
ଫଟା ବଇଁଶୀର ବେସୁରା ରାଗିଣୀ
ସାକ୍ଷୀ ମୋ ଦୁଇଟି ଆଖି ।।

ଦଦରା ନାଆରେ ଦରୋଟି ନାଉରୀ
ତୁମେ ମୋତେ କରିଦେଲ
ଉନ୍ମାଦନା ଥିଲା ମନ ଶରୀରରେ
ବିଜନତା ଭରିଦେଲ ।
କଳ କଳ ମନ ଝରଣା ଶୁଖାଇବାକୁ
ସାଥି କଲ ବଇଶାଖୀ

ସଞ୍ଜ ହେଉ ହେଉ ଖରାକୁ କେମିତି
ତୁମେ କର ଉପଭୋଗ
ମୋ ମନ ଉଦ୍ୟାନେ ଜଳ ନାହିଁ
ତୁମେ କଲ ନାହିଁ ସହଯୋଗ
ନଦୀଟିଏ ହୋଇ ଜୀବନ ବାଞ୍ଛାଇବାକୁ
କେମିତି ପାରିନ ଶିଖି ॥

ଜଳୁଛି ହୃଦୟ ଫଳନ୍ତି ମନରେ
ହୁତୁ ହୁତୁ ତୁମ ପାଇଁ
ତୁମେ ଖେଳ ଆଜି ଖେଳାଳି ଢଙ୍ଗରେ
ମୋ ମନକୁ ଜାଳି ଦେଇ
ଖେଳଟି ତୁମର ଖେଳଟିକୁ ଦେଖିବାକୁ
ସାକ୍ଷୀ ମୋ ଦୁଇଟି ଆଖି ॥

ପୁରୀ

Comments are closed.