ଅଛରେ ବରଷା
ସଂଜୟ କୁମାର ମିଶ୍ର
ଅଛରେ ବରଷାକୁ ଇ ଅପେକ୍ଷା
ବରଷା ଲୁଚିଛି ସାତତାଳ ପାଣିପଙ୍କ ତଳ
ରୂପାର କରାଟରେ ଭଅଁର ହୋଇ
ବାହାରକୁ ଆଦୌ ଆସୁନାହିଁ,
ଚାରିଲେନ ରାସ୍ତା ହିଁ ରାକ୍ଷସ
ଖାଉଛି ହଜାର ହଜାର ଗଛ
ମଣିଷ ହୃତପିଣ୍ଡ
ଅଧାଜଳା ଶବ ହେଇ ଶୁଇଛି
ପୃଥିବୀର ପ୍ରେତ,
ହାହାକାର, ଆତଙ୍କ
ଖରାପ ସ୍ୱପ୍ନ ହିଁ ଜୀବନ
ପଚାଶ ଡିଗ୍ରୀ ତାତି
କୁମୁଡ଼ା ପାହାଡ଼ର ଦୀର୍ଘଶ୍ୱାସରେ
ଦୁଲୁକେ ଛାତି
ସଂଭ୍ରମତା ଓ ସମ୍ଭାବନାମାନେ
ବାଲଟି ବାଲଟି ପାଣି ବୁହୁଥାନ୍ତି ରାତି ରାତି,
କିଏ ଦେଇ ପାରିବ
କୋଟିକୋଟି ଟଙ୍କା ବଦଳରେ
ଅଛରେ ବରଷା ଓ
ଅନେକ ଅନେକ ଶୁଦ୍ଧ ଶୀତଳ ହୃଦୟ!
Comments are closed.