Latest Odisha News

BREAKING NEWS

ପୁଣି କାଶ୍ମୀରରେ ଟାର୍ଗେଟ ହତ୍ୟା ଉଦ୍ୟମ, ଦୁଇ ସ୍କୁଲ କର୍ମଚାରୀଙ୍କୁ ଗୁଳି ଚଳାଇଲେ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ପୁଣି ଥରେ ଟାର୍ଗେଟରେ ହତ୍ୟା କରିଛନ୍ତି । ଆତଙ୍କବାଦୀମାନେ  ଅନନ୍ତନାଗରେ କାଶ୍ମୀରର ଦୁଇ ସାଧାରଣ ନାଗରିକଙ୍କୁ ଗୁଳି କରିଛନ୍ତି। ଆହତ ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଟାର୍ଗେଟରେ ଥିବା ଦୁଇ ଅଣ କାଶ୍ମୀରବାସୀଙ୍କ ମଧ୍ୟରୁ ଜଣେ ବିହାରର ହୋଇଥିବା ବେଳେ ଅନ୍ୟ ଜଣକ ପଡୋଶୀ ଦେଶ ନେପାଳର। ଉଭୟ ବଣ୍ଡିଆଲଗାମ ଅଞ୍ଚଳରେ ଅବସ୍ଥିତ ଏକ ଘରୋଇ ବିଦ୍ୟାଳୟର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।

ଏହି ଘଟଣା ସମ୍ପର୍କରେ କାଶ୍ମୀର ଜୋନ୍ ପୋଲିସ ଟୁଇଟ୍ କରି କହିଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚାଲୁ ରହିଛି । ଜାମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା  କହିଛନ୍ତି ଯେ ଆତଙ୍କବାଦ ଏଠାରେ ଶେଷ ନିଶ୍ୱାସକୁ ଗଣନା କରୁଛି।  ସ୍ଥାୟୀ ଶାନ୍ତି ଏବଂ ସ୍ୱାଭାବିକତା ଆଣିବାରେ ଆତଙ୍କବାଦୀମାନେ ବିଘ୍ନ ଘଟାଇବାକୁ ଚାହୁଁଛନ୍ତି । ତେବେ ସେମାନେ ସଫଳ ହେବେ ନାହିଁ ।

Comments are closed.