Latest Odisha News

BREAKING NEWS

ତ୍ରିସ୍ତରୀୟ ସୁରକ୍ଷା ଭିତରେ ଷ୍ଟ୍ରଙ୍ଗରୁମରେ ଇଭିଏମ୍, ରବିବାର ସକାଳ ୮ରୁ ଭୋଟ୍ ଗଣତି

ଭଦ୍ରକ: ଧାମନଗର ଉପନିର୍ବାଚନରେ ୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଆସନ୍ତା ୬ ତାରିଖ ରବିବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ଭିତରେ ଇଭିଏମ୍ ରଖାଯାଇଛି । ୩ ତାରିଖରେ ହୋଇଥିବା ଭୋଟ୍ ଗ୍ରହଣରେ ଧାମନଗରରେ ୬୮.୯୮ ପ୍ରତିଶତ ମତଦାନ ହୋଇଛି ।

ଷ୍ଟ୍ରଙ୍ଗରୁମରେ ଇଭିଏମ ଥିବାବେଳେ ଭିତର କର୍ଡନରେ ଗୋଟିଏ ପ୍ଲାଟୁନ୍ ସିଆରପିଏଫ୍ ଯବାନ, ମଝି କର୍ଡନରେ ଷ୍ଟେଟ ଆର୍ମ ଫୋର୍ସର ଗୋଟିଏ ପ୍ଲାଟୁନ ଏବଂ ବାହ୍ୟ ବଳୟକୁ ଜିଲ୍ଲା ପୋଲିସର ଏକ ପ୍ଲାଟୁନ ଫୋର୍ସ ଜଗିଛନ୍ତି । ରବିବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ।

୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଦିନ ୨ଟା ସୁଦ୍ଧା ଫଳାଫଳ ଆସିଯିବ । ଭୋଟ ଗଣତି ୧ ନମ୍ବର ବୁଥ୍ ଭଗବାନପୁର ପଞ୍ଚାୟତରୁ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲଟ ପରେ ଇଭିଏମ୍ ଖୋଲାଯାଇ ଗଣତି ହେବ ।

Leave A Reply

Your email address will not be published.