ମୂଳ ରଚନା: ମହାଦେବ ସାହା
ଢାକାର ଆକାଶ ଆଜି ମେଘାଛନ୍ନ
ମାଧବୀ, ଏବେ ତୁମେ ବାହାରକୁ ଯାଅନାହିଁ
ଭିଜିଗଲେ ଏଇ ନିରାନନ୍ଦ ବର୍ଷାରେ
ତୁମ ଶରୀର ଅସନା ଲାଗିପାରେ,
ଏଇ ବର୍ଷାରେ, ଯଦି କାହା ହୃଦୟରେ
ଆକୁଳ କ୍ରନ୍ଦନ, ଶୋକରୁ ତୁହିନ
ତରଳି ତରଳି ଯଦି ପାଲଟିବ ବର୍ଷାଜଳ
ହୋଇଯିବ ଖୁବ୍ ଶୀତଳ
ତୁମ କୋମଳ ଦେହକୁ ତାହା
ବିପର୍ଯ୍ଯସ୍ତ କରିପାରେ
ମାଧବୀ, ତୁମେ ଘରୁ ବାହାରନା
ଏଇ ତୁଷାରପାତ ବେଳେ।
ଏ ସହରରେ ବର୍ଷା ହେଲେ
ମୁଁ ଭାସିଯାଏ କରୁଣ କାନ୍ଦଣାର ଡଙ୍ଗାରେ
ତୁମେ ଏକଦା ଉପହାର ଦେଇଥିବା ଆଲବମକୁ ଧରି
ଏଇ ବରଫ ବର୍ଷାରେ ଯଦି
ଚିତ୍ର ସବୁ ଯାଏ ପୋଛି ହୋଇ
ପାଣିର ଗଭୀର ଦାଗ ରହିଯିବ
କେବଳ ପାଣିର ମୋ କାନ୍ଦ ପରି
ମ୍ଳାନ ଓ ନରମ ସେଇ ଜଳ,
ସେଇ ତୁଷାରର ଦାଗ
ଯଦି ମୁଁ ଭାସିଯାଏ
ଏମିତି ଅଥଳ ଆଉ ହେମାଳ ପାଣିରେ
ତୁମେ କିନ୍ତୁ ଥାଅ ନିରାପଦରେ ।
ସେହି ହୃଦୟରେ ହଜି ଯାଇଥିବା ରାଜ୍ୟକୁ
ମୁଁ ଆଉ କେବେ ଫେରି ଆସିବିନି
ସେଠାରେ ଏକ ଆତତାୟୀ ଯୁବକର
ପ୍ରତିଦିନ ବହୁବିଧ ଶାସନ
ସହରରେ ବର୍ଷା ଆସିଲେ ଝରି ପଡେ
ସବୁ ଆବର୍ଜନା, ସର୍ଦ୍ଦି କାଶ ଓ ନାନା ରୋଗର ଯନ୍ତ୍ରଣା।
ଶୋକର ଶୀତଳ ଜଳକୁ ବଡ ଭୟ ମୋର
ମାଧବୀ ତୁମେ ତେଣୁ ପଦାକୁ ବାହାରନା
ଭଲ ହେବ ତୁମେ ଯଦି ଜୀବନରେ ମୋର
ରହିଯିବ ପ୍ରଖ୍ୟାତ ଏଜ କିମ୍ବଦନ୍ତୀ ହୋ।
ଅନୁବାଦ: ମନୋରଞ୍ଜନ ହୋତା
Comments are closed.