Latest Odisha News

BREAKING NEWS

ଭାଷା ଭାଗବତ : ଅତି ଅଧିକ ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ବିଦେଶୀ ଶବ୍ଦ ଲେଖା ପାଇଁ
ଯୁକ୍ତାକ୍ଷର ଗଢ଼ିବାନାହିଁ
ଯଥା ସ୍ଥାନରେ ଅନୁସ୍ବାର
କରିବା ବେଶି ବ୍ୟବହାର

ଶବ୍ଦର ମଧ୍ୟସ୍ଥିତ ବର୍ଣ
କରିଲେ ହଳଂତ ଧାରଣ
ସ୍ବଲିପି ହେବ ପରିଚ୍ଛନ୍ନ
କରିବା ସରଳ ଲିଖନ

ଅତି ଅଧିକ ଯୁକ୍ତାକ୍ଷର
ଥିବାରୁ ଭାଷାରେ ଆମର
କରିପାରୁନି ଦ୍ରୁତଗତି
କିପରି ଘଟିବ ଉନ୍ନତି ?

ପ୍ରଶ୍ନ ପଚାରି ବାରଂବାର
ଖୋଜିଲେ ପାଇବା ଉତ୍ତର
ସହଜସାଧ୍ୟ ହେଲେ ଲିପି
ପାରିବ ବିଶ୍ବସାରା ବ୍ୟାପି

ମନରୁ ହଟାଇଲେ କୁଂଠା
ସ୍ବଭାଷା ପାଇବ ପ୍ରତିଷ୍ଠା
ଆମେ ହିଁ ହୋଇ ଦୂରଦ୍ରଷ୍ଟା
କରିପାରିବା ନିତି ଚେଷ୍ଟା

ଯାଂତ୍ରିକ ବର୍ଣ ସଂଯୋଜନ
ଯଥେଚ୍ଛା ହୋଇଗଲେ ଜାଣ
ଭାଷାର ମର୍ଯାଦା ସମ୍ମାନ
ଅଯଥା ହୋଇପାରେ ମ୍ଳାନ

ଆମର ଯେତେ ଆବଶ୍ୟକ
ତହିଁରୁ ରହିଛି ଅଧିକ
ତେଣୁ ଶିଖିବା କଷ୍ଟକର
କିପରି ଘଟିବ ବିସ୍ତାର ?

କ୍ଗ ଖ୍ଟ ଗ୍ଠ ଭଳି ଯୁକ୍ତବର୍ଣ
କରିହେଲେଁ ହେଁ ଉତ୍ପାଦନ
ଅଛି କି ଏଠି ପ୍ରୟୋଜନ ?
ନିଜକୁ ପଚାରୁଁ ଏ ପ୍ରଶ୍ନ

ନିଜ ଆଗ୍ରହ ଆଉ ରୁଚି
ନେଇ ଆମେ ସ୍ବେଚ୍ଛାରେ ବାଛି
କରିଚାଲିଲେ ଭାଷାସେବା
ନିଜେ ହିଁ ସଂତୋଷ ପାଇବା

Comments are closed.