Latest Odisha News

BREAKING NEWS

୧୦ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ଓ୍ୱାଶିଂଟନ: ଟ୍ୱିଟର ଓ ଫେସବୁକ ପରେ ଏବେ ଆମାଜନ କର୍ମଚାରୀ ଛଟେଇ କରିବା ନେଇ ସଙ୍କେତ ଦେଇଛି । ବୈଶ୍ୱିକ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଗୋଟିଏ ପରେ ଗୋଟିଏ ଏମଏନସି କର୍ମଚାରୀ ସଂଖ୍ୟା କମାଇବାକୁ ଲାଗିଲେଣି । ଫେସବୁକ, ଟ୍ୱିଟର ଓ ସ୍ନାପଚାଟ୍ ଭଳି ବଡ଼ ବଡ଼ କମ୍ପାନୀ ଛଟେଇ କରିବା ପରେ ଏବେ ଆମାଜନ ମଧ୍ୟ ଚାକିରୀରୁ କିଛି ଲୋକଙ୍କୁ ବିଦା କରିବାକୁ ପ୍ରସ୍ତୁତ ହେଉଛି ।

ଚଳିତ ସପ୍ତାହ ଦେଶ ୧୦ହଜାର କର୍ମଚାରୀଙ୍କୁ ବିଦା କରିପାରେ । ଲାଭାଂଶ ବଞ୍ଚାଇବାକୁ ଯାଇ ଏହି ପଦକ୍ଷେପ ନେଉଥିବା କମ୍ପାନୀ ପକ୍ଷରୁ କାରଣ ଦର୍ଶାଯାଇଛି । ଏକକାଳୀନ ୧୦ହଜାର କର୍ମଚାରୀ ଛଟେଇ ଏକ ରେକର୍ଡ ହେବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ପୂରା ବିଶ୍ୱରେ ଆମାଜନ ଡଟ୍ କମ୍ ରେ ପ୍ରାୟ ୧.୬ ମିଲିଅନ କର୍ମଚାରୀ ଅଛନ୍ତି ।

Comments are closed.