Latest Odisha News

BREAKING NEWS

ବିଶ୍ୱକପ ଫାଇନାଲ୍: ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ନ୍ୟୁଜିଲାଣ୍ଡର ପ୍ରଥମେ ବ୍ୟାଟିଂ

ଲର୍ଡ଼ସ: ଆଜି କ୍ରିକେଟର ମହାକୁମ୍ଭ ଆଇସିସି ବିଶ୍ୱକପ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେଉଛି । କ୍ରିକେଟର ମକ୍କା କୁହାଯାଉଥିବା ଚର୍ଚ୍ଚିତ ଲର୍ଡ଼ସ୍ କ୍ରିକେଟ ଗ୍ରାଉଣ୍ଡରେ ବହୁ ପ୍ରତୀକ୍ଷିତ ଏହି ବିଶ୍ୱକପ ଫାଇନାଲ୍ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଛି ।

ଟସ୍ ଜିତି କିୱି କପ୍ତାନ ୱିଲିୟମସନ୍ ପ୍ରଥମେ ବ୍ୟଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ବିଶାଳ ସ୍କୋର ଆଶାରେ ରହିଛି ନ୍ୟୁଜିଲାଣ୍ଡ ଦଳ । ଇଂଲଣ୍ଡ ଘରୋଇ ପିଚରେ ଖେଳୁଥିବା ସହିତ ଷ୍ଟାଡ଼ିୟମରେ ଭରପୁର ଇଂଲିଶ୍ ଦର୍ଶକଙ୍କ ସମର୍ଥନ ପାଇ ପ୍ରଥମ ବିଶ୍ୱକପ ହାସଲ କରିବାକୁ ଚେଷ୍ଟା କରିବ । ସେପଟେ ନ୍ୟୁଜିଲାଣ୍ଡ ମଧ୍ୟ ପ୍ରଥମ ବିଶ୍ୱକପ ହାତେଇବା ଲକ୍ଷ୍ୟରେ ରହିଛି । ଆଜିର ମ୍ୟଚ୍ ନିଶ୍ଚିତ ରୂପେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି କ୍ରିକେଟ୍ ସମାଲୋଚକ ଆଶା ପ୍ରକାଶ କରିଛନ୍ତି ।

ତେବେ ଯାହାବି ହେଉ, ଦେଖିବାକୁ ଗଲେ କାଗଜରେ ଇଂଲଣ୍ଡ ଦଳର ପଲ୍ଲା ଭାରି ରହୁଛି । ଇଂଲଣ୍ଡ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ବେଶ୍ ଦକ୍ଷତା ସମ୍ପନ୍ନ ଥିବା ବେଳେ କିୱି ଦଳର ବୋଲିଂ ବିଭାଗକୁ କିପରି ସାମ୍ନା କରିପାରୁଛନ୍ତି ତାହା କେବଳ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.