Latest Odisha News

ସେଣ୍ଟେଡ କ୍ୟାଣ୍ଡେଲ ବାସ୍ନାରେ ମହକୁଛି ବାଲିଯାତ୍ରା, ଚର୍ଚ୍ଚାରେ ତନିଶା ମଲ୍ଲ

କଟକ: ମନଲୋଭା ବାସ୍ନାରେ ପୁରି ଉଠୁଛି ବାଲିଯାତ୍ରା  । ବାସ୍ନାର ମହକ ପାଇ ଧାଇଁ ଯାଉଛନ୍ତି ଗ୍ରାହକ  । ଏ କୌଣସି ସୁସ୍ବାଦୁ ଖାଦ୍ୟ ନୁହେଁ ଖାଦ୍ୟର ବାସ୍ନା ଦେଉଥିବା ସେଣ୍ଟେଡ କ୍ୟାଣ୍ଡେଲ । ଯାହା ଗ୍ରାହକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରି ବାନ୍ଧି ରଖୁଛି  । ତେବେ ବାଲିଯାତ୍ରାର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ତନିଶାଙ୍କ ରଙ୍ଗବେରଙ୍ଗର ମହମବତୀ  । ଚକୋଲେଟ୍, ବଟରସ୍କଚ, ବଟରକ୍ରିମ୍, ଲେଭେଣ୍ଡର ଏବଂ କଫି ପରି ବିଭିନ୍ନ ଫ୍ଲେବର ମିଳୁଛି ଏହି ମହମବତୀରେ ।

ସବୁଠରୁ ବଡ଼ କଥା ହେଉଛି ଏହାକୁ ତିଆରି କରିଛନ୍ତି ଜଣେ ପିଜି ଛାତ୍ରୀ ତନିଶାମଲ୍ଲ । ବାଲିଯାତ୍ରାରେ ଷ୍ଟଲ୍‌ ପକାଇ ତନିଶା ନିଜେ କିଛି କରିବାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ପୂରା କରିଛନ୍ତି । ତନିଶା ତିଆରି କରିଥିବା ଏହି ପ୍ରୟାସକୁ ଗ୍ରାହକ ମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ଆଉ ଏ ସମସ୍ତ ଜିନିଷ  ସୋସିଆଲ ମିଡିଆରୁ ଶିଖି ଆରମ୍ଭ କରିଥିବା କହିଛନ୍ତି ତନିଶା । ତନିଶା ଅନଲାଇନ ମାଧ୍ୟମରେ ଏହି କ୍ୟାଣ୍ଡେଲ ତିଆରି କରି ବିକ୍ରି କରିବା ଆରମ୍ଭ କରିଥିଲେ  ।

ବିଶେଷକରି କୋଭିଡ ସମୟରେ ଆରମ୍ଭ ହୋଇଥିଲା ତାଙ୍କର ଏହି କ୍ୟାଣ୍ଡେଲ ତିଆରି କରିବା ପ୍ରୟାସ । ଚଳିତବର୍ଷ ପ୍ରଥମ କରି ବାଲିଯାତ୍ରାରେ ବ୍ୟବସାୟ କରିବାକୁ ଆସିଛନ୍ତି  । ଏହି ସେଣ୍ଟେଡ କ୍ୟାଣ୍ଡେଲ ଦର ୫୦ ଟଙ୍କାରୁ ୪୫୦ ଟଙ୍କା ରହିଥିବା ବେଳେ ଗ୍ରାହକ ବହୁ ମାତ୍ରାରେ ଏହାକୁ ପସନ୍ଦ କରୁଥିବା ସେ କହିଛନ୍ତି | ଏହି କ୍ୟାଣ୍ଡେଲରେ ରହିଛି ଅନେକ ଭେରାଇଟ । ଯାହା ଅଧିକ ସମୟ ଜଳିବା ସହ ଅତି ମନୋରମ ସୁଗନ୍ଧ ମଧ୍ୟ ରହିଛି ।

ତେବେ ଏହି ସୁଗନ୍ଧ କ୍ୟାଣ୍ଡେଲକୁ କିଣିବା ପାଇଁ ଦର୍ଶକ ମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଯୁବପିଢ଼ି ମାନେ ସୋସିଆଲ ମିଡିଆରେ ନିଜର ମୂଲ୍ୟବାନ ସମୟ ନଷ୍ଟ କରୁଥିବା ବେଳେ ଯୁବକ ଯୁବତୀ ମାନେ ସମୟ ନଷ୍ଟ ନକରି ସୋସିଆଲ ମିଡିଆର ସଦ୍ ଉପଯୋଗ କରି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ ବୋଲି କହିଛନ୍ତି ତନିଷା ।

Leave A Reply

Your email address will not be published.