ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଟ୍ୱିଟର ଅଡୁ଼ଆ । ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁଣି କାର୍ଯ୍ୟକ୍ଷମ କରାଯିବା ଉଚିତ କି? ବୋଲି ପ୍ରଶ୍ନ କରିଛନ୍ତି ଟ୍ୱିଟର ସିଇଓ ଏଲନ୍ ମସ୍କ । ଏଥିପାଇଁ ସେ ମାଗିଛନ୍ତି ୟୁଜର୍ସଙ୍କ ରାୟ । ରୟଟର୍ସ ରିପୋର୍ଟ ଅନୁସାରେ, ୨ ମିଲିଅନରୁ ବେଶୀ ରାୟ ଦେଇଛନ୍ତି । ସେଥିରୁ ପ୍ରାୟ ୬୦ ପ୍ରତିଶତ ‘ହଁ’ ମତ ଦେଇଛନ୍ତି ।
୨୦୨୧ରେ ହିଁସା ଉଦ୍ରେକ ମନ୍ତବ୍ୟ ପାଇଁ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଥିଲା । ସେଥିପାଇଁ ନିର୍ବାଚନ ସମୟରେ ଆମେରିକାରେ ଭୟଙ୍କର ହିଂସା ହୋଇ ଅନେକ ଧନଜୀବନ ହାନୀ ହୋଇଥିଲା । ନିଜ ଟ୍ୱିଟରେ ମସ୍କ ଲାଟିନ୍ ଭାଷାରେ ଲେଖିଛନ୍ତି ‘ଭକ୍ସ ପପୁଲି, ଭକ୍ସ ଦେଇ’ । ଯାହାର ଅର୍ଥ ‘ଦ ଭଏସ୍ ଅଫ୍ ଦ ପିପୁଲ ଇଜ୍ ଦ ଭଏସ୍ ଅଫ୍ ଗଡ୍’ । ଟ୍ରମ୍ପଙ୍କ ଆକାଉଣ୍ଟକୁ ଆରମ୍ଭ କରିବା ପାଇଁ ଲୋକଙ୍କ ରାୟକୁ ଅପେକ୍ଷା କରିଥିବା ମସ୍କ କହିଛନ୍ତି ।
ସୂଚନାଯୋଗ୍ୟଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଟ୍ୱିଟର ଆକାଉଣ୍ଟ ସ୍ଥାୟୀ ଭାବେ ରଦ୍ଦ କରାଯିବାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସେ କୋର୍ଟଙ୍କୁ ନିବେଦନ କରିଛନ୍ତି । ୨୦୨୧ ଜାନୁଆରୀ ୬ ତାରିଖରେ ତାଙ୍କ ସମର୍ଥକମାନେ ଜୋ ବାଇଡେନ ରାଷ୍ଟ୍ରପତି ବିଜୟ ହେବା ପରେ ଆମେରିକାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ ।
Comments are closed.