Latest Odisha News

BREAKING NEWS

ଚନ୍ଦ୍ରଗ୍ରହଣ: କ’ଣ କରିବେ, କ’ଣ କରିବେ ନାହିଁ !

ଭୁବନେଶ୍ୱର: ଚଳିତ ବର୍ଷର ଅନ୍ତିମ ଚନ୍ଦ୍ରଗହଣ ପଡୁଛି ଗୁରୁ ପୂର୍ଣ୍ଣିମା ଦିନ । ପାଖାପାଖି ୧୪୯ ବର୍ଷ ପରେ ଗୁରୁ ପୂର୍ଣ୍ଣିମା ଓ ଆଉ କିଛି ବିଶେଷ ଗ୍ରହର ସଂଯୋଗରେ ପଡୁଛି ଏହି ଦୁଲର୍ଭ ଚନ୍ଦ୍ରଗ୍ରହଣ ।

ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଏସିଆ, ୟୁରୋପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆମେରିକାର ଅଧିକାଂଶ ସ୍ଥାନରେ ଆଶିଂକ ଭାବେ ଦୃଶ୍ୟମାନ ହେବ । ଏହି ଚନ୍ଦ୍ରଗ୍ରହଣ ୧୬ ଜୁଲାଇ ରାତି ୧ଟା ୩୧ମି.ରୁ ଆରମ୍ଭ ହୋଇ ୧୭ ଜୁଲାଇ ଭୋର୍ ୪ଟାରେ ସମାପ୍ତ ହେବ । ଏହାର ମୋଟ୍ ଅବଧି ପାଖାପାଖି ୨ଘଣ୍ଟା ୫୯ମି. ରହିବାକୁ ଥିବାବେଳେ ଏହା ୨୦୧୯ ମସିହାର ଅନ୍ତିମ ଚନ୍ଦ୍ରଗ୍ରହଣ ବୋଲି ସୂଚନା ମିଳିଛି ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ର ଗ୍ରହଣ ବେଳେ ୧୨ଟି ରାଶି ଉପରେ ଏହାର ପ୍ରଭାବ ପଡିଥାଏ । ଜାଣନ୍ତୁ, ଏହି ସମୟରେ କ’ଣ କରିବେ ଓ ଆଉ କ’ଣ କରିବେ ନାହିଁ ।

କ’ଣ କରିବେ:-
  • ଗ୍ରହଣ ଲାଗିବା ପୂର୍ବରୁ ସ୍ନାନ ସାରି ଇଶ୍ୱରଙ୍କ ପୂଜାର୍ଚ୍ଚନା ତଥା ଯଜ୍ଞ ଓ ଜପ ଆଦି କରିବା ଉଚିତ୍।
  • ଗ୍ରହଣ ସମୟରେ ପୁଣ୍ୟକାମ (ଜପ, ଧ୍ୟାନ ଓଦାନ) ଆଦି କଲେ ଏକ ଲକ୍ଷ ଏବଂ ସୂର୍ଯ୍ୟଗ୍ରହଣ ସମୟରେ ୧୦ ଲକ୍ଷ ଗୁଣ ସୁଫଳ ମିଳିଥାଏ ।
  • ଗ୍ରହଣ ସମାପ୍ତ ପରେ ସ୍ନାନ କରିବା ସହ ଉଚିତ୍ ବ୍ୟକ୍ତି, ଗୋମାତାକୁ ଘାସ ତଥା ପକ୍ଷୀମାନଙ୍କୁ ଅନ୍ନ ଦାନ କଲେ ଅନେକ ପୁଣ୍ୟ ମିଳୁଥିବାର ବିଧାନ ରହିଛି ।
  • ଗ୍ରହଣ ପରେ ବଳକା ଜଳ ତଥା ଅନ୍ନକୁ ନଷ୍ଟ କରିଦେବା ଉଚିତ୍ । ଏପରିକି ପୁଣିଥରେ ରୋଷେଇ କରିବା ସହ ନୂଆ ଜଳ ପିଇବା ଉଚିତ୍ ।
  • ଗ୍ରହଣ କାଳ ସମୟରେ ସ୍ପର୍ଶ କରାଯାଇଥିବା ବସ୍ତୁ ତଥା ପିନ୍ଧିଥିବା ଲୁଗାପଟା ସବୁକୁ ଧୋଇବା ସହ ସ୍ନାନ କରିବା ଉଚିତ୍ ।
କ’ଣ କରିବେ ନାହିଁ:-
  • ଗ୍ରହଣ ଲାଗିଥିବା ସମୟରେ ତୈଳ, ଭୋଜନ, ପାଣି ପିଇବା, ମୁଣ୍ଡ କୁଣ୍ଡାଇବା ଆଦି କରିବା ଉଚିତ୍ ନୁହେଁ ।
  • ଗ୍ରହଣ ସମୟରେ ଶୟନ କଲେ ବ୍ୟକ୍ତି ରୋଗଗ୍ରସ୍ତ ହେବାର ଆଶଙ୍କା ରହିଥାଏ ।
    ସାଧାରଣତଃ ସୂର୍ଯ୍ୟ ପରାଗ ତଥା ଚନ୍ଦ୍ର ଗ୍ରହଣ ସମୟରେ ଭୋଜନ କରିବା ଅନୁଚିତ୍ । କୁହାଯାଏ ବ୍ୟକ୍ତି ଯେତିକି ଅନ୍ନଦାନ ଭକ୍ଷଣ କରିଥାନ୍ତି, ତାଙ୍କୁ ସେତିକି ବର୍ଷ ନର୍କ ଭୋଗ କରିବାକୁ ପଡିଥାଏ ।
  • ଚନ୍ଦ୍ରଗ୍ରହଣର ୩ ପ୍ରହର ପୂର୍ବରୁ ଭୋଜନ କରିବା ନିଷିଦ୍ଧ । ଛୋଟପିଲା, ବୃଦ୍ଧ ତଥା ରୋଗୀମାନେ ଏକ ପ୍ରହର ପୂର୍ବରୁ ଖାଦ୍ୟଗ୍ରହଣ କରିପାରିବେ ।
  • ଗ୍ରହଣ ଲାଗିଥିବା ଦିନ ପତ୍ର, କାଷ୍ଠ ତଥା ଫୁଲ ତୋଳିବା ନିଷିଦ୍ଧ ।
  • ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ ତଥା ନୂଆ କାର୍ଯ୍ୟ କରିବା ଅନୁଚିତ୍ ।
Leave A Reply

Your email address will not be published.