Latest Odisha News

ଅମିତାଭଙ୍କ କୁନି ଫ୍ୟାନ; ପାଦ ଛୁଇଁବା ପାଇଁ ଭାଙ୍ଗିଲା ସୁରକ୍ଷା ବଳୟ

ମୁମ୍ବାଇ: ବଲିଓଡର ବିଗ ବି ତଥା ମେଗାଷ୍ଟାର  ଅମିତାଭ ବଚ୍ଚନଙ୍କ ପାଇଁ ତାଙ୍କର ଫ୍ୟାନ୍ସ ପାଗଳ । ଏକଥା ଆମେ ଜାଣୁ । କିନ୍ତୁି ଏମିତି ପାଗଳ..! ବିଗ୍ ବିଙ୍କର ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସ ମାନେ ତାଙ୍କର ଘର ସାମ୍ନାରେ ପ୍ରତିଦିନ ଛିଡା ହୋଇଥାନ୍ତି । ଅମିତାଭ ବି ତାଙ୍କ ଫ୍ୟାନ୍ସଙ୍କ ଭାବାବେଗକୁ ସମ୍ନାନ  ଦେଇ  ପ୍ରତିଦିନ ସାକ୍ଷାତ ଦେଇଥାନ୍ତି ।

ହେଲେ ସେ ଦିନ ଥିଲା ଏକ ବ୍ୟତିକ୍ରମ । ସବୁ ଦିନ ପରି ରବିବାର ଦିନ  ଅମିତାଭ ତାଙ୍କ ଫ୍ୟାନ୍ସଙ୍କୁ   ଦେଖା କରିବା ପାଇଁ ବାହାରି ଆସିଥିଲେ । ହେଲେ ଏହି ସମୟରେ ସୁରକ୍ଷା ବ୍ୟାରିକେଟକୁ ଭାଙ୍ଗି ଦେଇ ଜଣେ କୁନି  ଫ୍ୟାନ ଭିତରକୁ ଚାଲି ଆସିଥିଲେ । ସିଧା ଆସି ଅମିତାଭଙ୍କ ପାଦ ଛୁଇଁଥିଲେ ।

ଅମିତାଭ ନିଜ ବ୍ଲଗରେ ଏହି କଥା କହିଛନ୍ତି । ଅମିତାଭ ବ୍ଲଗ ମଧ୍ୟ ଲେଖିନ୍ତି ଏବଂ  ତାଙ୍କ ଫ୍ୟାନ୍ସଙ୍କର ବିଶେଷ କଥା କହିଥାନ୍ତି । ରବିବାର ଦିନ ମଧ୍ୟ ସେ ତାଙ୍କ ବ୍ଲଗରେ କୁନି ଫ୍ୟାନ୍ସଙ୍କ କଥା କହିଥିଲେ । ଏହି କୁନି ଫ୍ୟାନ୍ସ, ଅମିତାଭଙ୍କର ଡନ୍ ଫିଲ୍ମ ଦେଖିବା ପରେ ଅମିତାଭଙ୍କ ପାଇ ପାଗଳ ହୋଇ ଯାଇଥିଲା । ଅମିତାଭ ବ୍ଲଗରେ ଲେଖିଛନ୍ତି, “ଏହି ଛୋଟ ବାଳକ ୪ ବର୍ଷ ବୟସରେ ମୋର ଡନ୍  ଫିଲ୍ମ ଦେଖି ଫ୍ୟାନ ହୋଇଯାଇଥିଲା  ।’

ବିଗ ବି ନିଜ ବ୍ଲଗରେ ଆହୁରି ଲେଖିଛନ୍ତି,  ‘୪ ବର୍ଷ ବୟସରେ ଏହି କୁନି ପିଲାଟି ଇନ୍ଦୋରରୁ ଆସିଥିଲା  । ସେ ଯେତେବେଳେ ଡନ ଦେଖିଲା, ମୋର ଡାଇଲଗ୍, ଆକ୍ଟିଂ ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇଗଲା ।  ଆଖିର ଲୁହକୁ ଚାପି  ସେ ମୋ ସହିତ ଦେଖା କରିବା ପାଇଁ ବହୁ ଦିନରୁ ଇଚ୍ଛା କରିଥିଲା ।’

ବ୍ଲଗରେ ଉଲ୍ଲେଖ ରହିଛି ‘ସୁରକ୍ଷା ଭାଙ୍ଗି ଯେତେବେଳେ ସେ ଧାଇଁ ଧାଇଁ ଆସିଲା  ତାକୁ ସାନ୍ତ୍ୱନା ଦେଲି । ସେ ଆଣିଥିବା  ପେଟିଂରେ ମୁଁ ଅଟୋଗ୍ରାଫ ଦେଲି  । ସବୁଠାରୁ ଖୁସିର କଥା ସେ ପେଟିଂଟି ମୋର ଥିଲା ।ତା ଛଡା ସେ ତା ବାପାଙ୍କର ଏକ ଚିଠି ଆଣିଥିଲା, ତାକୁ ବି ପଢିଲି । ଏହି ଘଟଣା ଅନେକ ସମୟରେ ଏକାନ୍ତରେ ମତେ ଖୁସି ଦିଏ ।’

Leave A Reply

Your email address will not be published.