Latest Odisha News

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ କ’ଣ ପଚାରିଲେ ଇଡି ଅଧିକାରୀ?

ଭୁବନେଶ୍ୱର: ଅର୍ଚ୍ଚନା ନାଗ ଜଣେ ଅଭିନେତ୍ରୀ କିମ୍ବା ଫିଲ୍ମ ଲାଇନର ନୁହେଁ। ଆପଣ ତାଙ୍କ ସଂସ୍ପର୍ଶରେ ଆସିଥିଲେ ନା ସେ ଆଗ ଆସିଥିଲେ। ଏତେ ଗୁଡାଏ ଆର୍ଥିକ କାରବାର କେଉଁ କାରଣ ପାଇଁ ହୋଇଛି। ଏଭଳି ଅନେକ କିଛି ପ୍ରଶ୍ନର ଜବାବ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ଅଧିକାରୀ ମାଗିଥିବା ସୂଚନା ରହିଛି। ଆଉ ୫ ଘଣ୍ଚାର ଜେରା ବେଳେ ଇଡି ଅଧିକାରୀ ଅକ୍ଷୟ ପରିଜାଙ୍କୁ ଗୁଡାଇ ତୁଡାଇ ଜେରା କରିଛି।

ଇଡି ଅଫିସରୁ ବାହାରିବା ପରେ ଅକ୍ଷୟ ପରିଜା କହିଛନ୍ତି, ଓଡ଼ିଶାର ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ବିଶ୍ବାସ ରହିଛି। ସେ ସମ୍ପୂର୍ଣ୍ଣ ଭାବେ ନ୍ୟାୟ ପାଇବେ ବୋଲି ସେ କହିଛନ୍ତି। ସେହିପରି ଅକ୍ଷୟ ପରିଜାଙ୍କ ଓକିଲ କହିଛନ୍ତି, ଅପରାହ୍ନ ୨ଟାରେ ଆସିଥିଲୁ । ଠିକ୍ ସମୟରେ ଆସିଥିଲୁ । ହେଲେ ତଦନ୍ତ ଅଧିକାରୀ କାର୍ଯ୍ୟ ବ୍ୟସ୍ତରେ ଥିବାରୁ ସଂଧ୍ୟା ୬ଟାରେ ଜେରା କରିଥିଲେ ଇଡି ଅଧିକାରୀ। ଇଡିକୁ ତଦନ୍ତରେ ସହଯୋଗ କରାଯାଉଛି। ଯେଉଁସବୁ କାଗଜ ପତ୍ର ଇଡି ଅଧିକାରୀ ମାଗିଥିଲେ ତାକୁ ପ୍ରଦାନ କରାଯାଇଛି। ଆଗାମୀ ସମୟରେ ଇଡି ଆଉ ଥରେ ହାଜର ହେବାକୁ କହିଲେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି କହିଛନ୍ତି।

ଏହାପୂର୍ବରୁ ପାଖାପାଖି ୮ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଥିଲେ ଅମୀୟ ଦାସ। ସକାଳ ୯ଟା ରୁ ଜେରାର ସମ୍ମୁଖୀନ ହେଉଥିଲେ ଅମୀୟ ଦାସ। ଅମୀୟ ଦାସ କହିଛନ୍ତି, ଜଗବନ୍ଧୁଙ୍କ ଦେହ ଖରାପ ବେଳେ ଟଙ୍କା ମାଗିଥିଲେ ଅର୍ଚ୍ଚନା। ମୋଟ୍ ୭ ଲକ୍ଷ ଟଙ୍କା ଦମ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି ଅମୀୟ ଦାସ। ୨୦୨୧ – ୨୨ରେ ଲକ୍ଷାଧିକ ଟଙ୍କା କାରବାର ନେଇ ସମନ ପାଇବା ପରେ ହାଜର ହୋଇ ଏପରି କହିଥିଲେ ଅମୀୟ ଦାସ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଆସନ୍ତାକାଲି ଇଡି ସମନ କରିଥିବା ଯୁବତୀ ଶ୍ରଦ୍ଧାଞ୍ଜଳି ହାଜର ହେବେ। ଏ ନେଇ ଇଡି ଯଦିଓ ସମନ କରିଛି ହେଲେ ସେ ହାଜର ହେବେ କି ନାହିଁ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ଶ୍ରଦ୍ଧାଞ୍ଜଳି ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି।

Comments are closed.