Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପ୍ ଆଜିଠୁ ଆରମ୍ଭ

କଟକ: ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପ୍ ବୁଧବାର ଦିନ ଠାରୁ କଟକରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏହାର ଉଦଘାଟନୀ ଉତ୍ସବରେ ଅନ୍ୟ ଅତିଥିମାନଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ରହିଛନ୍ତି ।

ଏହି ଚାମ୍ପିୟନସିପ୍ ଜୁଲାଇ ୧୭ରୁ ଆରମ୍ଭ ହୋଇ ୨୨ ତାରିଖ ଯାଏଁ ଚାଲିବାକୁ ଥିବାବେଳେ ଏଥିରେ ଭାରତ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିିକା, ଅଷ୍ଟ୍ରେଲିଆ ସମେତ ୧୨ଟି ଦେଶ ଭାଗ ନେଉଛନ୍ତି।

ଚାମ୍ପିୟନସିପ୍ ଲାଗି କଟକକୁ ସୁସଜ୍ଜିତ କରାଯାଇଥିବାବେଳେ ଚଳିତ ଥର ଭଲ ପ୍ରଦର୍ଶନ କରି ସ୍ୱର୍ଣ୍ଣ ହାତେଇବା ଲକ୍ଷ୍ୟ ରଖିଛି ଭାରତୀୟ ଦଳ ।

ତେବେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଇଣ୍ଡୋର ଷ୍ଟାଡିୟମରେ ପରିସରରେ ପ୍ରାୟ ୧୦ ପ୍ଲାଟୁନ୍ ପୋଲିସ ନିୟୋଜିତ କରାଯିବା ନେଇ ସୂଚନା ମିଳିଛି । ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହାବ୍ୟତୀତ ମ୍ୟାଚ୍ ଗୁଡିକ ସକାଳ ୯ଟାରୁ ରାତି ୧୦ଟା ଯାଏଁ ହେବାକୁ ଥିବାବେଳେ ୨ଟି ସିଫ୍ଟରେ ପୋଲିସ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି । ଏହାବ୍ୟତୀତ କଟକର ଖ୍ରୀଷ୍ଟିଆନ୍ ପଡିଆ ଓ ଉପର ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.