Latest Odisha News

BREAKING NEWS

ବନ୍ଦ ହେବନି ପଦ୍ମପୁର, ପ୍ରଚାରରେ କମ୍ପିବ ମୈଦାନ୍

ପଦ୍ମପୁର: ଆଜି ବନ୍ଦ ହେବନି ପଦ୍ମପୁର । ବଣିକ ସଂଘ ଦେଇଥିଲା ୧୨ ଘଣ୍ଟିଆ ବନ୍ଦ ଡାକରା । ଗତକାଲି ସକାଳେ ୩ ବିଜେଡି ନେତାଙ୍କ ଘରେ ଆୟକର ଓ ସନ୍ଧ୍ୟାରେ ଜଣେ ବିଜେପି ବ୍ୟବସାୟୀଙ୍କ ଘରେ ଜିଏସଟି ରେଡ୍ ପ୍ରତିବାଦରେ ପଦ୍ମପୁର ବଣିକ ସଂଘ ବନ୍ଦ ଡାକରା ଦେଇଥିଲା । ଉପନିର୍ବାଚନ ପୂର୍ବରୁ ରେଡ୍ ହୋଇଥିବାରୁ ଏହାକୁ କେହି କେହି ରାଜନୈତିକ ପ୍ରଣୋଦିତ କହିଥିଲେ । ନାନା ସମାଲୋଚନା ହୋଇଥିଲା । ବନ୍ଦ ଡାକରାକୁ ନେଇ ଜିଏସଟି ଅଧିକାରୀ, ଆୟକର ଅଧିକାରୀଙ୍କ ସହିତ ସଂଘର ଆଲୋଚନା ହୋଇଥିଲା । ଏବେ ରେଡ୍ କରିବେନି ଓ ଭୋଟ୍ ପରେ ଯାହା କାର୍ଯ୍ୟାନୁଷ୍ଠାନ ହେବ ପ୍ରତିଶ୍ରୁତି ମିଳିବା ପରେ ବଣିକ ସଂଘ ବନ୍ଦ ଡାକରାରୁ ଓହରିଛି ।

ତେଣେ ଆଜିଠୁ  ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋର ଧରିବ । ବିଜେପି ପ୍ରଚାରରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଠାରେ ସେ ରୋଡ୍ ଶୋରେ ସାମିଲ ହୋଇ ଜନସଭାକୁ ସମ୍ୱୋଧିତ କରିବେ । ସେପଟେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ବି ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ରହିଛି । ଭର୍ଚୁଆଲ ବଦଳରେ ସେ ଗ୍ରାଉଣ୍ଡ କ୍ୟାମ୍ପେନ କରିବେ । ଏହାକୁ ନେଇ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

 

Leave A Reply

Your email address will not be published.