ଅର୍ଚ୍ଚନା ଦେଓ
ସକାଳ ମୁହଁ ଧୋଇ
ଯାଇଥିଲି ତୁମ ଘର ବାଟେ
ଆକର୍ଷଣ ଓ ଦୁର୍ବଳତା ନେଇଗଲା
ଠିକ୍ ଦୁଆର ସାମ୍ନାକୁ
ହେଲେ ଗେଟ୍ ଖୋଲିବା ପାଇଁ
ସାହାସ କି ତୁମକୁ ଅପେକ୍ଷା କ
ରିବାର ଧୈର୍ଯ୍ୟ ମୋର ନଥିଲା
ଫେରି ଆସିଲି ଗେଟ୍ ମୁହଁରୁ
କେତେ ବର୍ଷ ବିତିଗଲାଣି
ଏହାରି ଭିତରେ
ତୁମେ କ’ଣ ମୋତେ ଚିହ୍ନି ପାରିଥାନ୍ତ!
ଭେଟିବା ପାଇଁ ତ କେତେ ଥର
ପ୍ରୟାସ କରିଛି
କିନ୍ତୁ ସବୁ ଥର ଫେଲ୍ ହୋଇଛି।
କାହିଁକି ବା ତୁମକୁ ଭେଟି ଥାନ୍ତି
ତୁମେ କ’ଣ ଦେଖିଥିଲେ
ଆଗ ପରି ଆଉ ଚିହ୍ନିଥାନ୍ତ
ପୁରୁଣା ଦିନକୁ ଝାଡ଼ି ଦେଇ
ଆଳାପରେ ମଜି ଯାଇଥାନ୍ତ
ଏହାରି ଭିତରେ କେତେ କ’ଣ
ପରିବର୍ତ୍ତନ ହୋଇଗଲାଣି
ତୁମର କୋଠା ବାଡ଼ି,ଆଉ ମନ
ତୁମକୁ ଥରେ ଦେଖିଥିଲି
ସେଦିନ ସେହି ଆଶ୍ରମ ଆଗରେ
ହିସାବ କିତାବ ଚାଲିଥାଏ
ସେଠି ଉପସ୍ଥିତ ପୁରୁଖା ବ୍ୟକ୍ତିତ୍ୱ ପାଖେ
ସେଠୁ ଯାହା ଅନୁମାନ କଲି
ଛାଡି ଆସିଛ ସବୁ ସମ୍ପର୍କର ଡୋରୀ
ସବୁ ରକ୍ତର ସମ୍ପର୍କ,ଯେଉଁ ରକ୍ତରେ
ତୁମେ ମଣିଷ ହୋଇଛ
ନାମିଦାମୀ ଗାଡ଼ିରେ ବସି
ନିଜକୁ ସାହେବ ମନେ କରିଛ।
କି ଲାଭ ସେ ସବୁ ଅର୍ଥର
ଯାହା ମୋହରେ
ସମ୍ପର୍କର ମାନଦଣ୍ଡକୁ ଭୁଲିଛ
ପୁଣି ଏ ମିଛ ଅହଂ
କେତେ ଦିନ ବା ସମ୍ଭାଳି
ରଖିଥିବ ତୁମ ବାକ୍ସରେ
ଦିନେ ସେ ତ ତୁଟିବ
ଆତ୍ମୟତାର ମୁଖା ନେଇ
ବାସ୍ ସେତେ ଦିନ ପର୍ଯ୍ୟନ୍ତ
ପୋତି ହୋଇ ରହିଥାଅ
ଗର୍ବର ନିୟମ କାନୁନ୍ ମାନି।
ବାରଗଡ଼ିଆ, ଯାଜପୁର
Comments are closed.