ପଦ୍ମପୁର : ପଦ୍ମପୁର ପୋଲିଂ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୫ ତାରିଖରେ ପଡିବ ପଦ୍ମପୁର ଭୋଟ୍ । ସକାଳ ୭ଟାରୁ ୪ଟା ଯାଏଁ ଭୋଟିଂ ହେବ । ଆଜି ଡେସପାଚ୍ ହେବ ଇଭିଏମ୍ ବା ଭିଭିପାଟ୍ । ପୋଲିଂ ପାର୍ଟି ବି ବୁଥ୍ ଅଭିମୁଖେ ଯିବେ । ୩୧୯ ବୁଥରେ ମୋଟ ୨,୫୭,୪୭୪ ଭୋଟର କରିବେ ମତଦାନ । ପୁରୁଷ ଭୋଟରଙ୍କ ସଂଖ୍ୟା ୧,୨୯, ୪୯୭ ଓ ମହିଳା ଭୋଟରଙ୍କ ସଂଖ୍ୟା ୧,୨୭,୫୬୫ । ଏଥିରୁ ୩୪ଟି ବୁଥ୍ ମାଓପ୍ରବଣ ରହିଥିବା ବେଳେ ୭୮ଟି ବୁଥ୍ ସମ୍ୱେଦନଶୀଳ ବୋଲି ଜଣାପଡିଛି । ଭୋଟ୍ ଦିନ ୯ କମ୍ପାନୀ ସିଆରପିଏଫ୍ ନିୟୋଜିତ ହେବେ । ୫୦ ପ୍ରତିଶତ ବୁଥରେ ଓ୍ୱେବ କାଷ୍ଟ ହେବ । ୨ ଦିନ ତଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମପୁର ଗସ୍ତ କରି ବ୍ୟବସ୍ଥାର ସମୀକ୍ଷା କରିସାରିଛନ୍ତି । ତେବେ ସୁରୁଖୁରୁ ଓ ସ୍ୱଚ୍ଛ ଭୋଟିଂ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ୮ତାରିଖରେ ନିର୍ବାଛନ ଫଳାଫଳ ପ୍ରକାଶ ପାଇବ ।
BREAKING NEWS
- ଆଉ ଅଭିନୟ କରିବେନି ରଣବୀର! ଫିଲ୍ମ ନିର୍ଦ୍ଦେଶନା ଦେବାର ସ୍ୱପ୍ନ କରିବେ ପୂରଣ
- ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିବେ ପିଏମ୍ ମୋଦୀ; ନକ୍ସଲ ମୁକ୍ତ ବସ୍ତରରେ ଉତ୍ସବର ମାହୋଲ
- Earthquake Hits Central Japan: ପୁଣି ଭୂମିକମ୍ପରେ ଥରିଲା ଜାପାନ;୨୨ ଆହତ
- Ramayana Movie: ବକ୍ସ ଅଫିସରେ ‘ରାମାୟଣ’ର ରାଜ୍! ୩ ଦିନରେ ବିଶ୍ୱବ୍ୟାପୀ ୩୭୫ କୋଟି ପାର୍, ଭାରତରେ ୧୮୨ କୋଟିରୁ ଅଧିକ ନେଟ୍ କଲେକ୍ସନ…
- ୧୦୦ ବର୍ଷରେ ଲାଲକୃଷ୍ଣ ଆଡଭାନୀ, ଏଭଳି ଥିଲା ରାଜନୈତିକ ଯାତ୍ରା…
- Fire Tragedy:ଭୟାବହ ଅଗ୍ନିକାଣ୍ଡ;ଘର ପୋଡ଼ିଯିବା ସହ ୪ ଜୀବନ୍ତ ଦଗ୍ଧ
- ବସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
- ଆଲୋକର ପର୍ବ ଦୀପାବଳି ପାଳୁଛି ସାରା ଦେଶ; ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଲେ ଶୁଭେଚ୍ଛା
- ଭୂମିକମ୍ପରେ ଥରିଲା ଜମ୍ମୁ କାଶ୍ମୀର
- ଅଖିଳେଶ ଯାଦବଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଟାର୍ଗେଟ: ରାମଭକ୍ତଙ୍କୁ କ୍ଷମା ମାଗ
Comments are closed.