ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସୁ ଓ କୁ ବ୍ୟକ୍ତିର ଧାରଣା
‘ ଗୁଣ ‘କୁ ସେ ସବୁ ଅଜଣା
ଯାହାକୁ ଯେତେ ବେଶି ଜଣା
ସେ ହୁଏ ସେତେ ବେଶି ବଣା
ମିଳେନି ଲକ୍ଷ୍ୟର ଠିକଣା
ଲାଗେ ଅଧିକ କଟକଣା
ବହୁତ ହୁଏ ନିଆଅଣା
କାହାକୁ ମିଳେନି ପାଉଣା
ବିଶ୍ବାସ ସହ ପ୍ରତାରଣା
ଚାଲାକି ରୂପେ ହେଲେ ଗଣା
କିଏ ବା କରିବ କରୁଣା
ପାଳିବ ନୂତନ ଧାରଣା
ଜ୍ଞାନୀ କରଂତି ଗବେଷଣା
ପଥିକ ହୁଏ ବାଟବଣା
ଲକ୍ଷ୍ୟ ହେଲେ ହେଁ ଜଣାଶୁଣା
ଅଲଭ୍ୟ ନିର୍ଦିଷ୍ଟ ଠିକଣା
ରହିଲେ ହୋଇ କର୍ମରତ
ମନକୁ ନ କରି ଆହତ
କଳ୍ପିତ ସବୁ ପୀଡ଼ା, କଷ୍ଟ
ସମୟ କ୍ରମେ ହୁଏ ନଷ୍ଟ
ମନକୁ ଦୁଶ୍ଚିଂତା ନିବାସ
ନ କଲେ, ମିଳଇ ସଂତୋଷ
କାଢ଼ିଲେ ଅଂତର୍ଗତ ସୁଖ
ଉଭେଇଯାଏ ସବୁ ଦୁଃଖ
ଆତ୍ମସଂଦେହକାରୀ ବ୍ୟକ୍ତି
ପାଇପାରେନି ସୁଖ, ଶାଂତି
ସଂଦେହ ବର୍ଜିଲେ ତତ୍କ୍ଷଣେ
ସ୍ବଗୃହ ସ୍ବର୍ଗ ବୋଲି ଜାଣେ
ଦ୍ବିଧା ପୂରିତ ହେଲେ ମନ
ହୁଏନି କାର୍ଯ ସଂପାଦନ
ମଣିଷ ହେଲେ ଦ୍ବିଧାଗ୍ରସ୍ତ
ପ୍ରତିଭା ହୋଇପାରେ ଧ୍ବସ୍ତ
Comments are closed.