Latest Odisha News

BREAKING NEWS

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ, କେନ୍ଦ୍ର ସରକାରଙ୍କ ଏଜେଣ୍ଡାରେ ୧୬ ନୂଆ ବିଲ୍

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେବ । ଚଳିତ ଅଧିବେଶନରେ ବିରୋଧୀ ଦଳ ମୂଲ୍ୟବୃଦ୍ଧି, ବେକାରୀ, ଚୀନ ସୀମା ସଙ୍କଟ, କଲେଜିୟମ ଆଦି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବ । ଗତକାଲି ସଂସଦ ଭବନ ପରିସସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ସରକାର କହିଛନ୍ତି ନିୟମାନୁସାରେ ଲୋକସଭା ଅଧ୍ୟକ୍ଷ ଓ ରାଜ୍ୟସଭା ସଭାପତିଙ୍କ ଅନୁମତିରେ ବିରୋଧୀ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚାହିଁବେ ସରକାର ଏଥିରେ ତାଙ୍କର ତର୍କ ରଖିବେ । ବେଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ବିଜେଡି ସମେତ ୩୧ ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ । ଶୀତ ଅଧିବେଶନ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୧୭ କାର୍ଯ୍ୟଦିବସ ରହିବ ।

ଅଧିବେଶନ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଡିଆ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ଲୋକସଭାରେ ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ଅକ୍ଟୋବର ମାସରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଥିଲା ।

ଶୀତ ଅଧିବେଶନରେ ଟ୍ରେଡ୍ ମାର୍କ (ଆମେଣ୍ଡମେଣ୍ଟ)ବିଲ୍, ୨୦୨୨, ଦ ଜିଓଗ୍ରାଫିକାଲ ଇଣ୍ଡିକେସନ ଅଫ୍ ଗୁଡ୍ସ ବିଲ୍ ୨୦୨୨, ଦ ରିପିଲିଂ ଆଣ୍ଡ ଆମେଣ୍ଡିଂ ବିଲ୍ ୨୦୨୨ ଆଦି ଶୀତ ଅଧିବେଶନରେ ଉପସ୍ଥାପନ ହୋଇପାରେ ।

 

Leave A Reply

Your email address will not be published.