ନୂଆଦିଲ୍ଲୀ : ବଢିଲା ରେପୋ ରେଟ୍, ମହଙ୍ଗା ହେଲା ଋଣ । ୩୫ ବେସିସ୍ ପଏଣ୍ଟ ରେପୋ ରେଟ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଗଷ୍ଟ ୨୦୧୮ ପରଠାରୁ ଏହା ରେପୋ ରେଟ୍ ର ସର୍ବୋଚ୍ଚ ସ୍ତର । ଆରବିଆଇ ମୁଦ୍ରାନୀତି କମିଟି (ଏମପିସି)ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେହିପରି ବୈଠକରେ ୨୦୨୩ ଆର୍ଥିକବର୍ଷ ପାଇଁ ଜିଡିପି ଆକଳନ ୬.୮% କରାଯାଇଛି । ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏମପିସି ମିଟିଂ ହୋଇଛି । ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ପାଞ୍ଚ ଥର ରେପୋ ରେଟ୍ ବୃଦ୍ଧି କରାଗଲାଣି । ରେପୋ ରେଟ୍ ବୃଦ୍ଧି ହେଲେ ଋଣ ଉପରେ କିସ୍ତି ଅଧିକା ଦେବାକୁ ପଡିଥାଏ । ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି ।
BREAKING NEWS
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବନ୍ଧବାହାଲ ସେକ୍ସନ ଫରେଷ୍ଟର
- Barrage: ବୈତରଣୀ ନଦୀରେ ନିର୍ମାଣ ହେବ ବ୍ୟାରେଜ୍: ମୁଖ୍ୟମନ୍ତ୍ରୀ
- ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡିଛି ପଦବୀ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର
- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନକୁ ସୁରଟରୁ ଆସିଲେ ନୂଆ ଅତିଥି
- ‘୨୦୨୬ରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ମମତା ବାନାର୍ଜୀ’
- ଖସିଲା ରେପୋ ରେଟ୍; ଏଣିକି ଶସ୍ତା ହେବ ଇଏମଆଇ
- Police SI Exam Scam: ସିବିଆଇର ପ୍ରଥମ ଆକ୍ସନ, ଦୀଘା ମଡେଲ୍ର ମାଷ୍ଟରମାଇଣ୍ଡ ଗିରଫ
- ସହପାଠୀଙ୍କୁ ନିର୍ଯାତନା ଅଭିଯୋଗରେ ଭିସୁଟ ଛାତ୍ର ଗିରଫ
- Putin pays tribute to Mahatma Gandhi : ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍
- Indigo Flight Cancelled: ଇଣ୍ଡିଗୋ ଯାତ୍ରୀଙ୍କୁ ପୁଣି ବଡ଼ ଝଟକା,ଆଜି ଦିଲ୍ଲୀରୁ ସମସ୍ତ ଘରୋଇ ବିମାନ ଉଡ଼ାଣ ବାତିଲ
Comments are closed.