ପୁରୀ: ସଙ୍ଗୀତ ଦୁନିଆର ଲୋକପ୍ରିୟ ବାଦ୍ୟଗୁରୁ ପ୍ରଫେସର ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଦୋଳମଣ୍ଡପ ସାହିରେ ବାଦ୍ୟଗୁରୁ କ୍ଷେତ୍ରମୋହନ କରଙ୍କ ପୁତ୍ର ତଥା ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଭାଇ ସ୍ୱର୍ଗତଃ ଉମେଶ କରଙ୍କୁ ଶେଷ କୃତ୍ୟୁ ସ୍ୱର୍ଗଦ୍ୱାରରେ ସମ୍ପନ୍ନ କରାଯାଇଥିଲା । ସେଠାରେ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ହନର ପ୍ରଦାନ କରାଯାଇଥିଲା । ପୁତ୍ର ଅନୀଷ କୁମାର ମୁଖାଗ୍ନି ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର ପ୍ରସାଦ ପଣ୍ଡା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ । ସଙ୍ଗୀତ ଜଗତର ରଙ୍କନିଧି ପ୍ରଧାନ, ସୂର୍ଯ୍ୟ ଦିପ୍ତ କର, ସୂର୍ଯ୍ୟ ସ୍ନାତ କର, ବିନୋଦ ରାଉତ, ସମରେନ୍ଦ୍ର ନାୟକ, ତାପସ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
BREAKING NEWS
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…
- ରଣଜୀ ଟ୍ରଫି: ଓଡିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ
- Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଏକାସାଙ୍ଗରେ ବଛାଯିବ ୪ଟି ଭାରତୀୟ ଦଳ; ସିଲେକ୍ଟରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ
- ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଥାନାରେ ୯ ଅଟକ

Comments are closed.