ନୂଆଦିଲ୍ଲୀ: ସାଇବର କ୍ରାଇମ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସାଇବର କ୍ରାଇମକୁ ରୋକିବା ପାଇଁ ପୋଲିସ ଯେତେ ଚେଷ୍ଟା କଲେ ବି ବିଫଳ ହେଉଛି । ଏବେ ସାଇବର କ୍ରାଇମକୁ ନେଇ ସାମ୍ନାକୁ ଆସିଛି ଆଉ ଏକ ଭୟଙ୍କର ତଥ୍ୟ । ସାଇବାର ଅପରାଧୀମାନେ ମିସ୍ କଲ କରି ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି ।
ନିକଟରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ମିସ କଲ୍ କରି ୫୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଠକେଇର ଶିକାର ହୋଇଛନ୍ତି ଦିଲ୍ଲୀ ସ୍ଥିତ ଏକ ସିକ୍ୟୁରିଟି ଏଜେନ୍ସି ମାଲିକ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଉକ୍ତ ବ୍ୟକ୍ତିଜଣକ ନା କୌଣସି ଓଟପି ନମ୍ବର ଦେଇଛନ୍ତି ନା କାହାକୁ ନିଜ ଆାକାଉଣ୍ଟ ନମ୍ବର ବିଷୟରେ କହିଛନ୍ତି । ଘଟଣା ନଭେମ୍ବର ୧୩ ତାରିଖର ।
ଠକେଇର ଶୀକାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ତାଙ୍କ ଫୋନକୁ ଏକ ଅଜଣା ନମ୍ବରରୁ କଲ ଆସିଲା । ସେ ଫୋନ ରିସିଭ କଲେ । ହେଲେ ଅନ୍ୟପକ୍ଷରୁ କୌଣସି ଆବାଜ ଆସିଲା ନାହିଁ । ଏହା ପରେ ଭିନ୍ନ ଭିନ୍ନ ନମ୍ବରରୁ ଏକାଧିକ କଲ ତାଙ୍କ ଫୋନକୁ ଆସିଥିଲା । ଅନେକ ଫୋନ ସେ ଉଠାଇ ନ ଥିଲେ । ତେବେ ୨ରୁ ୩ଟି କଲ ଉଠାଥିଲେ । ଯେଉଁ କଲ ସେ ଉଠାଇଥିଲେ ସେଥୁରୁ କିଛି ଉତ୍ତର ଆସି ନ ଥିଲା । ଏପରି ପ୍ରାୟ ଏକ ଘଣ୍ଟା ଧରି ଚାଲିଲା । ଏହାପରେ ତାଙ୍କ ଫୋନରେ ଏକ ମେସେ ଆସିଲା ଯାହାକୁ ଦେଖିବା ପରେ ତାଙ୍କର ହୋଶ ଉଡ଼ିଗଲା ।
ମେସେଜ ଆସିଥିଲା ବ୍ୟାଙ୍କରୁ । ଏଥିରେ ଉଲ୍ଲେଖ ଥିଲା ତାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଛି । ଏ ନେଇ ପୀଡିତ ବ୍ୟକ୍ତି ସାଇବର ପୋଲିସରେ ଅଭିଯୋଗ କରିଥିଲେ । ଡିସିପି ସାଇବରଙ୍କ କହିବା ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କ ପାଖକୁ ଓଟିପି ଆସିଥିଲା ହେଲେ ମୋବାଇଲ ବନ୍ଦ ହୋଇ ଯିବାରୁ ସେ ଜାଣି ପାରି ନ ଥିଲେ ।
Comments are closed.