Latest Odisha News

BREAKING NEWS

ରାଜ୍ୟ ପୁସ୍ତକ ମହୋତ୍ସବରେ ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର” ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଚତୁର୍ଥ ଦିନରେ “ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର” ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି ଆଲୋଚନାରେ ପ୍ରସିଦ୍ଧ ଗୁଜୁରାଟୀ କବି ସୀତାଂଶୁ ୟାଶଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ତାଙ୍କ ସହ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ, ସମ୍ପାଦକ ପ୍ରବୋଧ କୁମାର ରାଉତ, ସଂସ୍କୃତି ବିଭାଗର ଉପନିର୍ଦ୍ଦେଶିକା ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇଥିଲେ I

ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଭାନୁମତୀ ସାହୁଙ୍କ ଦୀର୍ଘ ଉପନ୍ୟାସ ” ଚକ୍ରବ୍ୟୂହ”ଓ ଗଳ୍ପ ସଂକଳନ ” ଅଦୃଶ୍ୟ ଆଖି” ( ଉଭୟ ଜ୍ଞାନଯୁଗ ପବ୍ଲିକେଶନ,ଭୁବନେଶ୍ୱର ଦ୍ୱାରା ପ୍ରକାଶିତ) ଏବଂ ଅରୁଣ ଚନ୍ଦ୍ର ସାହୁଙ୍କ କବିତା ସଂକଳନ “ନିଃଶବ୍ଦ ବଂଶୀସ୍ଵନ” (ବ୍ଲାକ୍ ଇଗଲ ବୁକ୍ସ, ଆମେରିକା ଦ୍ୱାରା ପ୍ରକାଶିତ ) ଉନ୍ମୋଚିତ ହୋଇଥିଲା l

 

 

Leave A Reply

Your email address will not be published.