Latest Odisha News

BREAKING NEWS

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ‘ପାଟଣାଗଡ଼’ ଚଳଚ୍ଚିତ୍ର

ଭୁବନେଶ୍ୱର: ବହୁ ବାଦବିବାଦ ପରେ ମୁକ୍ତିଲାଭ କରିବାକୁ ଯାଉଛି ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ପର୍ଯ୍ୟବେଶିତ ଚଳଚ୍ଚିତ୍ର ‘ପାଟଣାଗଡ଼ ୨୩ ଫେବ ୨୦୧୮ ‘  । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ରାଜେଶ ଟଚରାଇବର ।

ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଫିଲ୍ମର ଟିଜର ନିକଟରେ ରିଲିଜ ହୋଇଛି । ତେବେ ଚଳଚ୍ଚିତ୍ରଟିର ରିଲିଜ ତାରିଖ ଏଯାଏଁ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ଅଗଷ୍ଟ ମାସ ଶେଷ ସୁଦ୍ଧା ଏହାର ଓଡ଼ିଆ ଭାଗ ‘ପାଟଣାଗଡ଼’ ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ ସିଦ୍ଧାର୍ଥ ମାର୍ଥା ସୂଚନା ଦେଇଛନ୍ତି । ଏହା ସହ ଜଡିତ ସମସ୍ତ ବାଦବିବାଦର ଏବେ ସମାଧାନ ହୋଇସାରିଛି । ବଲିଉଡ ମୁଭି ପରି ଏହା ମଧ୍ୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ହଲରେ ବାନ୍ଧି ରଖିବ ବୋଲି ସିଦ୍ଧାର୍ଥ କହିଛନ୍ତି ।

ଏହି ଚଳଚ୍ଚିତ୍ରରେ ବଲିଉଡ ଅଭିନେତା ଅତୁଲ କୂଲକର୍ଣ୍ଣି, ଯଶପାଲ ଶର୍ମାଙ୍କ ସହ ଓଲିଉଡର ମନୋଜ ମିଶ୍ର ଓ ଟଲିଉଡର ତନିକେଲା ଭରାଣୀ ପ୍ରମୁଖ ନଜର ଆସିବେ ।

ପ୍ରାୟ ୫୦ଦିନରେ ଏହି ସିନେମାର ସୁଟିଂ ସରିଥିବା ବେଳେ ସମ୍ପୂର୍ଣ୍ଣ କାମ ଶେଷ ହେବାକୁ  ପାଖାପାଖି ୧ବର୍ଷ ସମୟ ଲାଗିଛି ବୋଲି ଅଭିନେତା ମନୋଜ ମିଶ୍ର କହିଛନ୍ତି । ଆହୁରି ମଧ୍ୟ ମନୋଜ କହିଛନ୍ତି “ଓଡ଼ିଆ ଫିଲ୍ମଗୁଡିକ ବିଷୟବସ୍ତୁଠାରୁ ଦିନକୁଦିନ ଦୂରେଇ ଯାଉଛନ୍ତି ।  ‘ପାଟଣାଗଡ଼’ ଚଳଚ୍ଚିତ୍ରଟି ଏହି ଅଭାବକୁ ପୂରଣ କରିବ । ମୁଁ ଆଶା କରୁଛି ଦର୍ଶକ ଏହି ଚଳଚ୍ଚିତ୍ରଟିକୁ ଖୁବ ପସନ୍ଦ କରିବେ” ।

ସୂଚନା ଥାଉକି ଏହି ପାର୍ସଲ  ବୋମା ବିସ୍ଫୋରଣ ଘଟଣା ୨୦୧୮ ମସିହା ଫେବୃଆରୀ ୨୩ ତାରିଖ ଦିନ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ଠାରେ ହୋଇଥିଲା । ବାହାଘରର ପରଦିନ ଉପହାର ଖୋଲୁଥିବା ବେଳେ ବିସ୍ଫୋରଣ ହୋଇଥିଲା ଗିଫ୍ଟ ଭାବେ ଆସିଥିବା ଏକ ବୋମା । ଯେଉଁଥିରେ ନବବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣୀ ପ୍ରାଣ ହରାଇବା ସହ ସୌମ୍ୟଙ୍କ ପତ୍ନୀ ରିମାରାଣୀ ଗୁରୁତର ଭାବେ ଆହତ ହୋଇଥିଲେ ।

Leave A Reply

Your email address will not be published.