Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍: ଭାରତୀୟ ମହିଳା ଓ ପୁରୁଷ ଦଳ ଜିତିଲେ ସ୍ୱର୍ଣ୍ଣ

କଟକ: କଟକରେ ଅନୁଷ୍ଠିତ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପର ପୁରୁଷ ଦଳଗତ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଇଂଲଣ୍ଡକୁ ୩-୨ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ।

ଭାରତୀୟ ଦଳ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରିଥିବା ବେଳେ ଏହି ମ୍ୟାଚଟି ଚୂଡ଼ାନ୍ତ ସମୟ ପର୍ଯ୍ୟନ୍ତ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା ।

ଏହାପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ଫାଇନାଲ୍ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି ।

Leave A Reply

Your email address will not be published.