ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲା ରାୟଗଡ଼଼ ବ୍ଲକର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଉପରେ ରାଜ୍ୟ ଭିଜିଲାନ୍ସର ଚଢ଼ଉ ଶନିବାର ସକାଳେ ହୋଇଛି। ଭିଜିଲାନ୍ସ ତରଫରୁ ସାହୁଙ୍କ ବ୍ରହ୍ମପୁର ସହର ଗୋପବନ୍ଧୁନଗରସ୍ଥିତ ବାସଭବନ, ବ୍ରହ୍ମପୁର ଜ୍ୟୋତିନଗରସ୍ଥିତ ଦୁଇ ମହଲା କୋଠା, ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଛେଳିଗଡ଼଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ, ଛେଳିଗଡ଼଼ସ୍ଥିତ ସରକାରୀ କ୍ୱାଟରରେ ଏକ କାଳୀନ ଚଢ଼ଉ କରାଯାଇଛି। ଚଢ଼ଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୫ଜଣ ଇନସପେକ୍ଟର, ଦୁଇ ସବଇନ୍ସକ୍କ୍ର ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ତାଙ୍କ ପାଖରୁ ବ୍ରହ୍ମପୁର ଗୋପବନ୍ଧୁନଗରରେ ଗୋଟିଏ ଥ୍ରି-ବିଏଚ୍କେ ପ୍ଲାଟ୍, ଦୁଇ ମହଲା କୋଠା, ବ୍ରହ୍ମପୁର ସହର ଏବଂ ଆଖାପାଖରେ ୧୧ଟି ପ୍ଲଟ୍, ୨ଲକ୍ଷ ୭୨ ହଜାର ନଗଦ ଟଙ୍କା, ୩୪୫ ଗ୍ରାମ୍ ସୁନା ଅଳଙ୍କାର, ବେନାମୀରେ କିଣିଥିବା ଗୋଟିଏ ଚାରି ଚକିଆ ଗାଡ଼ି ଏବଂ ଦୁଇଟି ଦୁଇ ଚକିଆ ଗାଡ଼ି ମିଳିଛି। ବର୍ତ୍ତମାନ ମିଳିଥିବା ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଉଥିବା ସୂଚନା ମିଳିଛି।
ଏଠାରେ ସୂଚନା ଯୋଗ୍ୟ ଯେ, ସହକାରୀ ଯନ୍ତ୍ରୀ ସାହୁଙ୍କ ନାମରେ ପୂର୍ବରୁ ଦୁର୍ନୀତି ନେଇ ମାଳମାଳ ଅଭିଯୋଗ ହୋଇଥିଲା। ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ହୋଇଛି। ୨୦୧୮ ମସିହାର “ତିତଲି’’ ବାତ୍ୟା ପରେ ଆସିଥିବା ସହାୟତା ପାଣ୍ଠି ସହିତ ଅନେକ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ରହିଥିଲା। ବିଭିନ୍ନ ରାଜନୈତିକ ଦଳ ଏବଂ ହିତାଧିକାରୀଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି। ପୂର୍ବରୁ ବ୍ଲକର ଜଣେ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଏହା ପରେ ସାହୁଙ୍କ ଉପରେ ନଜର ରହିଥିଲା। ରାୟଗଡ଼଼ ବ୍ଲକରେ ସହକାରୀ ଯନ୍ତ୍ରୀ ସହିତ ଛେଳିଗଡ଼଼ ପ୍ରକଳ୍ପରେ ମଧ୍ୟ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ।
BREAKING NEWS
- ଜେଲ୍ରେ ବନ୍ଦୀ ଇମ୍ରାନ୍ ଖାନ୍ଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ
- ପୁଣି ଘୁଞ୍ଚିଲା ନୂଆ ଡିଜିପି ଚୟନ ଶୁଣାଣି: ପକ୍ଷ ରଖିଲେ ଓଡ଼ିଶା ସରକାର
- ପୁଣି ଲାଞ୍ଚ ନେଇ ଗିରଫ ହେଲେ ଆରଆଇ ବାବୁ
- ପୁଣି ବାପା ହେଲେ ଗ୍ଲେନ୍ ମ୍ୟାକ୍ସୱେଲ୍: ଘରକୁ ଆସିଲା କନ୍ୟା ରତ୍ନ
- Jaish-e-Mohammed: ଆତଙ୍କୀ ଜଫରର ବଡ଼ ଖୁଲାସା, ପାକିସ୍ତାନରୁ ଭାରତ…ମସୁଦ ଅଜହର ସହ ମିଶି କରୁଥିଲା ଏହି ଷଡ଼ଯନ୍ତ୍ର!
- Death Row Convicts: ଫାଶୀ ବଦଳରେ ବିଷ ଇଞ୍ଜେକ୍ସନରେ ମୃତ୍ୟୁଦଣ୍ଡ? ବଡ଼ ଦାବି ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
- ମଦ୍ୟପାନ କରି ଗାଡ଼ି ଚଳାଇବା ମାମଲା: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ନର ଦଣ୍ଡିତ
- ଏହି ଦିନ ମୁକ୍ତିଲାଭ କରିବ ଆନିମେଟେଡ ଫିଚର ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’: ସୁପ୍ରିମକୋର୍ଟରୁ ମିଳିଲା ଗ୍ରୀନ ସିଗ୍ନାଲ
- ଜାତୀୟ ଖେଳ ପୁରସ୍କାର ୨୦୨୫ ଘୋଷଣା: ୧୨ ବର୍ଷ ପରେ କାହାକୁ ବି ମିଳିଲାନି ଖେଳ ରତ୍ନ, ୧୭ଙ୍କୁ ମିଳିବ ଅର୍ଜୁନ ଆୱାର୍ଡ
- ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନରେ ଓଡ଼ିଶା

Comments are closed.