Latest Odisha News

BREAKING NEWS

୨୫ ହଜାର ବର୍ଷ ତଳେ ଭାରତରେ ରହୁଥିଲେ ସର୍ବାଧିକ ଲୋକ

ନୂଆଦିଲ୍ଲୀ: ବନାରସ ହିନ୍ଦୁ ୟୁନିଭରସିଟିର ଏକ ଗବେଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ବୈଜ୍ଞାନିକମାନଙ୍କ ଗବେଷଣାରେ ପ୍ରମାଣିତ ହୋଇଛି ଯେ, ୨୫ ହଜାର ବର୍ଷ ତଳେ ବିଶ୍ୱର ଅଧାରୁ ଅଧିକ ଲୋକ ଭାରତରେ ରହୁଥିଲେ । ୟୁନିଭରସିଟିର ଜିନ ବୈଜ୍ଞାନିକ ଜ୍ଞାନେଶ୍ୱର ଚୌବେ ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ଜଣାଇଛନ୍ତି । ଆଫ୍ରିକାରେ ମାନବ ଜାତିର ଉତ୍ପତି ହୋଇଥିଲା ସତ ମାତ୍ର ଭାରତରେ ଏହି ପ୍ରଜାତିର ଲାଳନାପଳନ ଆରମ୍ଭ ହୋଇଥିଲା । ଦେଶର ୨୫ଟି ଭିନ୍ନ ଭିନ୍ନ ସ୍ଥାନରୁ ଡିଏନଏ ସାମ୍ପୁଲ ସଂଗ୍ରହ କରି ଗବେଷଣା କରାଯାଇଥିଲା ବୋଲି ସେ କହିଛନ୍ତି । ଭାରତୀୟଙ୍କ ଡିଏନଏର ତୂଳନା ୟୁରୋପ, ପୂର୍ବ ଏସିଆ, ସାଇବେରିୟା ଓ ଆଫ୍ରିକା ସହ କରାଯାଇଥିଲା । ଡିଏନଏ ମ୍ୟୁଟେଶନରେ ଆମ ପୂର୍ବଜଙ୍କ ବିଷୟରେ ପ୍ରମାଣ ମିଳିଛି ।

ହିମାଳୟ, ଆରବ ସାଗର ଓ ବେଙ୍ଗଲ ଅଂଚଳରେ ଅଧିକ ଲୋକ ବାସ କରୁଥିଲେ । ଏହା ପରେ ଏମାନେ ସମଗ୍ର ଏସିଆ ଓ ଅନ୍ୟ ଦ୍ୱୀପ ଆଡେ ବ୍ୟାପି ଯାଇଥିଲେ । ସେ ସମୟର ବ୍ୟବହାର ଅସ୍ତ୍ର, ଶସ୍ତ୍ର ଓ କୃଷି ପାଇଁ ବ୍ୟବହୃତ ସାମଗ୍ରୀରେ ମଧ୍ୟ ଭାରତର ଛାପ ମିଳିଛି ବୋଲି ଚୌବେ କହିଛନ୍ତି ।

Comments are closed.