Latest Odisha News

BREAKING NEWS

ଅନୁଗୁଳରେ ଚାଞ୍ଚଲ୍ୟ: ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫିଙ୍ଗିଲେ ଦୁବୃର୍ତ୍ତ !

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜଣେ ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫୋପାଡି ଦେବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି ।

ମିଳିଥିବା ସୂଚନାନୁଯାୟୀ ରବିବାର ସକାଳେ କିଛି ଲୋକେ ସ୍ଥାନୀୟ ଆହାର କେନ୍ଦ୍ର ନିକଟରେ ଥିବା ଏକ ଅଳିଆ ଗଦାରେ ଜଣେ ନାବାଳିକା ମୁର୍ମୁଷ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ପୋଲିସକୁ ସୂଚନା ଦେବା ସହ ପିଡିତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଉକ୍ତ ନାବାଳିକାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।

ପୋଲିସର ସୂଚନାନୁଯାୟୀ କେହି ଦୁବୃର୍ତ୍ତ ଶନିବାର ସନ୍ଧ୍ୟାରେ ନିକଟସ୍ଥ ମାଛ ମାର୍କେଟରୁ ତାଙ୍କ ନାବାଳିକା ଝିଅକୁ ଅପହରଣ କରିଥିବା ନେଇ ପିଡିତାଙ୍କ ପରିବାର ବର୍ଗ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।

ତେବେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏସପି ଓ ଡ଼ିଆଇଜି ପିଡିତାଙ୍କୁ ଭେଟିବା ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.