Latest Odisha News

BREAKING NEWS

ଚୀନ-ଭାରତ ସେନା ମୁହାଁମୁହିଁ ଘଟଣା ପରେ ପ୍ରଥମ ଥର ପାଇଁ ଅରୁଣାଚଳ ଯାଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଉଛନ୍ତି । ତବାଙ୍ଗ ସେକ୍ଟରରେ ଏଲଏସିରେ ଭାରତ-ଚୀନ ମୁହାଁମୁହିଁ ହେବା ପରେ ଏହା ପ୍ରତିରକ୍ଷା ମନ୍ତ୍ରୀଙ୍କର ପ୍ରଥର ଅରୁଣାଚଳ ଗସ୍ତ । ଏହି ଅବସରରରେ ରାଜନାଥ ସିଂହ ଅନେକ  ବିକାଶ ମୂଳକ ଯୋଜନାର ଉଦ୍ଘାଟନ କରିବେ ।

ପ୍ରତିରକ୍ଷା ମନ୍ତ୍ରୀ ସିୟାଙ୍ଗ ଜିଲ୍ଲାରେ ବୋଲେଙ୍ଗ ନିକଟରେ ସିୟୋମ ବ୍ରିଜର ଉଦଘାଟନ କରିବେ । ସୀମା ସଡକ ସଙ୍ଗଠନ (ବିଆରଓ)ର ୨୭ଟି ଯୋଜନାର ଭର୍ଚୁଆଲ ଉଦ୍‌ଘାଟନ କରିବେ ମନ୍ତ୍ରୀ । ସୀମାର ସ୍ଥିତିକୁ ଦେଖିଲେ  ସିୟୋମ ନଦୀରେ ହୋଇଥିବା ଏହି ୧୦୦ ମିଟର ଲମ୍ବା  ବ୍ରିଜ ବେଶ ଗୁରୁତ୍ୱ ବହନ କରେ । ଏହା ବିଶେଷ କରି ଭାରତୀୟ ସେନାଙ୍କୁ ସାହାଯ୍ୟ କରିବ ।

ସୀମା ସଡକ ସଂଗଠନ (ବିଆାରଓ) ପକ୍ଷରୁ ଗତ ୫ ବର୍ଷ ମଧ୍ୟରେ ଅରୁଣାଚଳ ପ୍ରଦେଶରେ ୩.୦୯୭ କିଲୋମିଟର ସଡକ ନିର୍ମାଣ ହୋଇଯାଇଛି ।

ଏଠି କହିରଖିବୁ, ସଂସଦରେ ଏକ ବୟାନ ଦେଇ ରାଜନାଥ ସିଂ କହିଥିଲେ, ସେପ୍ଟେମ୍ବର ୯ ତାରିଖରେ ଚୀନ ସେନା  ତବାଙ୍ଗ ନିକଟରେ ଏଲସିର ସ୍ଥିତିକୁ ଏକତରଫା ବଦଳାଇବାକୁ ଚାହୁଁଥିଲେ । ହେଲେ ଭାରତୀୟ ସେନା ଏହାକୁ ବିଫଳ କରି ଦେଇଥିଲେ । ତେବେ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାକୁ ନେଇ ରାଜନୈତିକ ବୟାନବାଜି ଲାଗି ରହିଥିଲା ।

Comments are closed.