Latest Odisha News

ବାପା ତିଆରି କରିଥିବା ଷ୍ଟାଡିୟମରେ ଖେଳିବ ପୁଅ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ମଙ୍ଗଳବାର ବେଙ୍ଗଲ ଓ ଉତରାଖଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବେଙ୍ଗଲ ପକ୍ଷରୁ ଖେଳୁଥିବା ଅଭିମନ୍ୟୁ ଈଶ୍ୱରନ ପ୍ରଥମ ରଣଜୀ ମ୍ୟାଚ ଖେଳିବାକୁ ଯାଉଛନ୍ତି । ତେବେ ସବୁଠାରୁ ମଜାର କଥା ନିଜ ନାମରେ ନାମିତ ଷ୍ଟାଡିୟମରେ ସେ ତାଙ୍କ କ୍ରିକେଟ କ୍ୟାରିୟର ଆରମ୍ଭ କରିବେ । ଈଶ୍ୱରନ ୭୯ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୧୯ ଶତକ ଓ ୨୩ ଅର୍ଦ୍ଧଶତକ ହାସଲ କରିଛନ୍ତି । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଥିଲେ ମଧ୍ୟ ଖେଳିବା ସୁଯୋଗ ମିଳି ନ ଥିଲା । ଅଭିମନ୍ୟୁଙ୍କ ବାପା ରଙ୍ଗନାଥନ ଈଶ୍ୱରନ ୨୦୦୫ରେ ଡେରାଡୁନରେ ଏକ ଜାଗା କିଣିଥିଲେ । ସେଠାରେ ସେ ଅଭିମନ୍ୟୁ କ୍ରିକେଟ ଏକାଡେମୀ ଷ୍ଟାଡିୟମ ନିର୍ମାଣ କରିଥିଲେ । ଏଠାରୁ ଅଭିମନ୍ୟୁ କ୍ରିକେଟର ଖଡି ଛୁଇଁଥିଲେ ।

ପୂର୍ବରୁ ବିସିସିଆଇ ଏଠାରେ କେତେକ ମହିଳା ଓ ପୁରୁଷ ମ୍ୟାଚ ସଫଳତାର ସହ ଆୟୋଜନ କରାଇ ସାରିଛି । କ୍ରିକେଟରେ ସଫଳ ହେବା ପରେ ଖେଳାଳିଙ୍କ ନାମରେ ଷ୍ଟାଡିୟମ ନିର୍ମାଣ ହୋଇଥାଏ । ଅଭିମନ୍ୟୁ ଏ ଭଳି ଏକ ଭାଗ୍ୟବାନ ଖେଳାଳି ଯାହାଙ୍କ ନାମରେ ପ୍ରଥମରୁ ଷ୍ଟାଡିୟମ ରହିଛି । ତାଙ୍କ ବାପା କିନ୍ତୁ କହିଛନ୍ତି ମୁଁ ସେତେବେଳେ ଗର୍ବ ଅନୁଭବ କରିବି ଯେତେବେଳେ ମୋ ପୁଅ ୧୦୦ରୁ ଊର୍ଦ୍ଧ୍ୱ ଟେଷ୍ଟ ମ୍ୟାଚ ଖେଳିବ ।

Leave A Reply

Your email address will not be published.